ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମୁକାବିଲା

0

ମୁମ୍ବାଇ; ଦ୍ୱିତୀୟ ଟି-୨୦ ମୁକାବିଲା ପାଇଁ ଆଜି ସାମ୍ନାସାମ୍ନି ହେବେ ଭାରତ ଏବଂ ଶ୍ରୀଲଙ୍କା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉ ଥିବା ମ୍ୟାଚ୍ କବଜା କରିବା ଲକ୍ଷରେ ପଡିଆକୁ ଓହ୍ଲାଇବ ପାଣ୍ଡିଆବହିନୀ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ୍ ହାତେଇ ସରିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୬୨ରନ୍ ସଂଗ୍ରହ କରିଥିଲା। ୧୬୩ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ସିଂହଳ ବାହିନୀ । କିନ୍ତୁ ବିଜୟ ପାଇଁ ୪ ରନ୍‌ ଆବଶ୍ୟକ ଥିବା ବେଳେ ମାତ୍ର ଶେଷ ଦୁଇ ବଲ୍‌ରେ ଶେଷ ଦୁଇ ବ୍ୟାଟର୍‌ କସୁନ ରଜିଥା ଓ ଦିଲସାନ ମଧୁଶଙ୍କା ରନ୍‌ ଆଉଟ୍‌ ହୋଇଯାଇଥିଲେ। ଦଳର ରନ୍‌ ସଂଖ୍ୟା ୧୬୦ରେ ଅଟକି ଯାଇଥିଲା। ଏପରି ଭାବେ ମ୍ୟାଚ୍ କବଜା କରିଥିଲା ଭାରତ । ସେପଟେ ପ୍ରଥମ ମ୍ୟାଚ ହାରିଥିବା ଶ୍ରୀଲଙ୍କା ଆଜିର ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ।

ଏହାରି ଭିତରେ ଦିର୍ଘଦିନ ପରେ ଭାରତୀୟ ଦଳରେ ଖେଳିବାକୁ ସୁଯୋଗ ପାଇଥିବା ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ଆହତ ଯୋଗୁଁ ଏହି ମ୍ୟାଚରୁ ବାଦ ପଡିଛନ୍ତି । ତାଙ୍କର ବାମ ଗୋଡ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମଳିଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବାଉଡ୍ରି ଲାଇନ୍ ଫିଲଡିଂ କରିବା ସମୟରେ ତାଙ୍କୁ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମିଳିଛି । ତେବେ ତାଙ୍କ ବଦଳରେ ବିଦର୍ଭ ୱିକେଟ କିପର ଜିତେଶ ଶର୍ମାଙ୍କୁ ସୁଯୋଗ ମିଳିଛି । ହେଲେ ଚୁଡାନ୍ତ ଏକାଦଶରେ ତାଙ୍କୁ ସ୍ଥାନ ମିଳିନପାରେ । ସଞ୍ଜୁଙ୍କ ବଦଳରେ ବ୍ୟାଟର ରାହୁଲ ତ୍ରୀପାଠୀ ଆଜି ଡେଭ୍ୟୁ କରିବେ ବୋଲି କୁହାଯାଉଛି ।

ଆଜିର ମ୍ୟାଚରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଧୀନରେ ଭାରତ ସମ୍ଭାବ୍ୟ ଏକାଦଶ ଟିମରେ ପଡିଆକୁ ଓହ୍ଲାଇବେ ଈଶାନ କିଶନ, ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ, ସଂଜୁ ସାମସନ୍‌ କିମ୍ବା ରାହୁଲ ତ୍ରିପାଠୀ, ଦୀପକ ହୁଡ଼ା, ଅକ୍ଷର ପଟେଲ, ହର୍ଷଲ ପଟେଲ୍‌, ଶିବମ ମାଭି, ଉମ୍ରାନ ମଲ୍ଲିକ ଏବଂ ୟଜୁବେନ୍ଦ୍ର ଚହଲ। ସେହିପରି ଦାସୁନ ଶଣକା ଅଧିନାୟକଙ୍କ ଅଧୀନରେ ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶରେ ସାମିଲ ହେବେ ପଥୁମ ନିଶାଙ୍କ, କୁସାଲ ମେଣ୍ଡିସ୍‌, ଧନଞ୍ଜୟ ଡି’ସିଲଭା, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷ, ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ତୀକ୍ଷ୍‌ଣା, ଦିଲସାନ ମଦୁଶଙ୍କା, କାସୁନ ରଜିଥା।

Leave A Reply

Your email address will not be published.