ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ମା’ଙ୍କୁ ପ୍ରସନ୍ନ ପାଇଁ ଭକ୍ତମାନେ ଫିଙ୍ଗନ୍ତି ନିଆଁ

0

କୈଥଲ; ଭାରତରେ ଏପରି ଅନେକ ମନ୍ଦିର ରହିଛି, ଯାହା ନିଜର କାହାଣୀ ଏବଂ ରହସ୍ୟକୁ ନେଇ ବେଶ ଚର୍ଚ୍ଚିତ। ଆଜି ଏମିତି ଏକ ମନ୍ଦିର ସମ୍ପର୍କରେ କହିବୁ ଯାହାର ପରମ୍ପରା ଓ ମାନ୍ୟତା ରହିଛି ସବୁଠୁ ଭିନ୍ନ। ମାଙ୍ଗାଲୋରର କୈଥଲରେ ରହିଛି ମା’ ଦୁର୍ଗାଙ୍କର ଏକ ମନ୍ଦିର। ଏହି ମନ୍ଦିର ସ୍ଥାନୀୟ ଅଞ୍ଚଳରେ ‘ଦୁର୍ଗା ପରମେଶ୍ୱରୀ ମନ୍ଦିର’ ନାଁରେ ଜଣାଶୁଣା। ଏଠାରେ ଏମିତି ଏକ ପରମ୍ପରା ରହିଛି, ଯେଉଁଥିରେ ଭକ୍ତମାନେ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ପରସ୍ପର ଉପରକୁ ଫିଙ୍ଗିଥାଆନ୍ତି ନିଆଁ। ଭକ୍ତମାନେ ନିଜ ଜୀବନକୁ ଏଥିରେ ବାଜି ଲଗାଇ ଦେଇଥାଆନ୍ତି।

ଏଡାରେ ଏକ ଉତ୍ସବ ଭାବେ ପାଳିତ ହୋଇଆସୁଛି, ଯାହାକି ୮ଦିନ ଧରି ଚାଲିଥାଏ। ପରମ୍ପରାର ନାଁ ‘ଅଗ୍ନି କେଲି’। ସ୍ଥାନୀୟ ଲୋକଙ୍କ କହିବା ହେଲା, ଏହି ପ୍ରଥା ଆଜିକାଲିର ନୁହେଁ, କେଉଁ ପ୍ରାଚୀନ କାଳରୁ ଏହା ପ୍ରଚଳିତ ରହିଛି। ସୂଚନା ମୁତାବକ, ଏହି ଖେଳ ଦୁଇଟି ଗାଁ ଆତୁର ଓ କଲତୁର ଲୋକଙ୍କ ମଧ୍ୟରେ ଖେଳାଯାଇଥାଏ। ମନ୍ଦିରରେ ପ୍ରଥମେ ମା’ଙ୍କ ଶୋଭାଯାତ୍ରା ବାହାରିଥାଏ। ଏହାପରେ ସମସ୍ତେ ପୋଖରୀରେ ଗାଧୋଇ ଅଲଗା ଅଲଗା ଦଳ ଗଢ଼ିନିଅନ୍ତି। ନିଜ ନିଜ ହାତରେ ନଡ଼ିଆ ଛାଲରେ ପ୍ରସ୍ତୁତ ମଶାଲ ନେଇ ଜଣେ ଅନ୍ୟ ଜଣଙ୍କ ବିପରୀତରେ ଛିଡ଼ା ହୁଅନ୍ତି। ଏହାପରେ ମଶାଲ ଜଳାଇ ପରସ୍ପର ଉପରକୁ ନିଆଁ ଫିଙ୍ଗନ୍ତି। ଏହି ଖେଳ ପାଖାପାଖି ୧୫ ମିନିଟ୍‌ ପଯ୍ୟର୍ନ୍ତ ଚାଲିଥାଏ। ଜଣେ ଭକ୍ତ ମାତ୍ର ୫ ଥର ଜଳନ୍ତା ମଶାଲକୁ ଫିଙ୍ଗିପାରିବ। ଶେଷରେ ସେ ମଶାଲକୁ ଲିଭାଇ ସେଠାରୁ ଚାଲିଆସିଥାଏ।

ଲୋକ ବିଶ୍ୱାସ ଅନୁଯାୟୀ, ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଭୟାନକ ନିଆଁ ଖେଳ ଖେଳାଯାଇଥାଏ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କୁ ଆର୍ଥିକ କିମ୍ବା ଶାରୀରିକ ସମସ୍ୟା ରହିଥାଏ, ସେ ଏହି ଖେଳରେ ସାମିଲ ହେଲେ ତାଙ୍କର ସମସ୍ତ କଷ୍ଟ ଦୂର ହୋଇଯାଏ। ଦୂର ଦୂରାନ୍ତରୁ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେବାକୁ ଆସିଥାଆନ୍ତି।

Leave A Reply

Your email address will not be published.