ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଚାକିରିରୁ ବହିଷ୍କାର ହେଲେ ୨୪ ଶିକ୍ଷକ,

0

ନବରଙ୍ଗପୁର: ବିନା ଛୁଟିରେ କାର୍ଯ୍ୟରେ ଅନୁପସ୍ଥିତି ପଡ଼ିଲା ମହଙ୍ଗା, ୨୪ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କାର୍ଯ୍ୟରେ ଦୀର୍ଘବର୍ଷ ଧରି ଅନୁପସ୍ଥିତ ରହିବା ଯୋଗୁ ୨୪ ଶିକ୍ଷକଙ୍କୁ କାର୍ଯ୍ୟଚ୍ୟୁତ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଦୀର୍ଘ ୧୨ ବର୍ଷ ମଧ୍ୟରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ଜିଲ୍ଲାପାଳ କାର୍ଯ୍ୟଚ୍ୟୁତ କରିବା ପରେ ଜିଲ୍ଲା ଶିକ୍ଷାବିଭାଗ ଏହାକୁ କାର୍ଯ୍ୟକାରୀ କରିଛି ।

ସୂଚନାଯୋଗ୍ୟ, ଶିକ୍ଷକମାନେ ଦୀର୍ଘବର୍ଷ ଧରି ଛୁଟିରେ ରହିବା ଯୋଗୁ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଜିଲ୍ଲାର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ, ଗଣଶିକ୍ଷକଙ୍କ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ସମସ୍ତ ବିଇଓଙ୍କୁ ଚିଠି କରାଯାଇଥିଲା । ୩୧ ଜଣ ଶିକ୍ଷକ ଅନୁପସ୍ଥିତ ଥିବା ଜଣାପଡ଼ିବା ପରେ ସେମାନଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ମାତ୍ର ୬ ଜଣ ବିଭିନ୍ନ କରଣ ଦର୍ଶାଇ ଛୁଟିରେ ରହିଥିବା ଉତ୍ତର ରଖିଥିଲେ । ଅନ୍ୟ ୨୪ ଜଣ କୌଣସି ଉତ୍ତର ନଦେବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସୁପାରିଶ କ୍ରମେ ନବରଙ୍ଗପୁର ଜିଲ୍ଲାପାଳ ସେମାନଙ୍କୁ କାର୍ଯ୍ୟଚ୍ୟୁତ କରିଛନ୍ତି ।

Leave A Reply

Your email address will not be published.