ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଦୁର୍ଘଟଣାଗସ୍ତ ହେଲା ବିମାନ, ପାଇଲଟ ମୃତ

0

ରେଓ୍ଵା; ମଧ୍ୟପ୍ରଦେଶ ରେଓ୍ଵା ଜିଲ୍ଲାରେ ହୋଇଛି ବିମାନ ଦୁର୍ଘଟଣା । ମନ୍ଦିରରେ ମାଡ଼ ହୋଇ ଖଣ୍ଡବିଖଣ୍ଡିତ ହୋଇଯାଇଛି ବିମାନ । ଦୁର୍ଘଟଣାରେ ପାଇଲଟଙ୍କର ମୃତ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ବିମାନଟି ଏକ ପାଇଲଟ ଟ୍ରେନିଂ କମ୍ପାନୀର । ଟ୍ରେନିଂ ବେଳେ ମନ୍ଦିରର ଉପରି ଭାଗରେ ମାଡ଼ ହୋଇଯାଇଥଲା ବିମାନ । ଖରାପ ପାଣିପାଗ ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି।

ଖବରଅନୁସାରେ, ପାଇଲଟ ଜଣକ ଗତକାଲି ରାତିରେ ଶିକ୍ଷାର୍ଥୀଙ୍କୁ ଟ୍ରେନିଂ ଦେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉଡାଣ ଭରିବାର କିଛି ସମୟ ପରେ ବିମାନଟି ମନ୍ଦିରର ଚୂଡାରେ ପିଟି ହୋଇଯାଇଥିଲା । ଏହା ପରେ ପ୍ରଚଣ୍ଡ ଶବ୍ଦ ହେବା ସହ ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ତେବେ ସୂଚନାନୁସାରେ, ଚିକିତ୍ସିତ ଅବସ୍ଥାରେ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶିକ୍ଷଣ ନେଉଥିବା ପାଇଲଟ ଚିକିତ୍ସିତ ହେଉଛନ୍ତି । ସେପଟେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ କୁହୁଡି ଯୋଗୁଁ ବିମାନଟି କ୍ରାସ୍ ହୋଇଥିବା କୁହାଯାଉଛି। ତେବେ କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଚାଲିଛି।

Leave A Reply

Your email address will not be published.