ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ଦୁଇ ଦିନିଆ ଯୁଦ୍ଧ ବିରତି ଘୋଷଣା କଲେ ପୁଟିନ

0

ଋଷ; ଦୁଇ ଦିନିଆ ଯୁଦ୍ଧ ବିରତି ଘୋଷଣା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଗୁରୁବାର ପୁଟିନ ଘୋଷଣା କରିଛନ୍ତି ଯେ, ଜାନୁୟାରୀ ୬ ଓ ୭ ତାରିଖ ଦୁଇ ଦିନ ଧରି ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବେ ନାହିଁ । ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ୬ ଓ ୭ ତାରିଖରେ ରୁଷ ଓ ୟୁରୋପର ବିଭିନ୍ନ ଦେଶରେ ଅର୍ଥୋଡକ୍ସ ଖ୍ରୀଷ୍ଟମାସ ପାଳନ କରାଯିବ ।

ତେଣୁ ଲୋକଙ୍କ ଧାର୍ମିକ ଅନୁଷ୍ଠାନରେ କୌଣସି ବାଧା ସୃଷ୍ଟି ନ କରିବାକୁ ପୁଟିନଙ୍କୁ ଅନୁରୋଧ କରିଥିଲେ ପେଟ୍ରିଆକ କିରିଲ । ଏହାପରେ ଦୁଇ ଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି ରୁଷ ରାଷ୍ଟ୍ରପତି । ତେବେ ରୁଷର ୭୬ ବର୍ଷ ବୟସ୍କ ଖ୍ରୀଷ୍ଟ ଧର୍ମଗୁରୁ ପେଟ୍ରିଆକ କିରିଲଙ୍କ ଅପିଲ ପରେ ପୁଟିନ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଉଭୟ ରୁଷ ଓ ୟୁକ୍ରେନ ବହୁ ନାଗରିକ ଅର୍ଥୋଡକ୍ସ କ୍ରିଷ୍ଟମାସ ପାଳନ କରିଥାନ୍ତି ।

Leave A Reply

Your email address will not be published.