ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଆଜି ରାତି ରୁ ପ୍ରବଳ ଶୀତ ରେ ଥରିବ ଓଡ଼ିଶା

0

ଭୁବନେଶ୍ବର; ଆଜି ରାତି ରୁ ଆସନ୍ତା ୪-୫ ଦିନ ଯାଏଁ ପ୍ରବଳ ଶୀତ ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଅଞ୍ଚଳ ରେ ରାତି ତାପମାତ୍ରା ୩-୫°ସି ଯାଏଁ ଖସିବ। ବର୍ତ୍ତମାନ ରାଜ୍ୟ କୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଛି ତେଣୁ ଥଣ୍ଡା ର ପ୍ରକୋପ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ରେ ଭୁବନେଶ୍ୱର ଓ କଟକ ରେ ରାତି ତାପମାତ୍ରା ଯଥାକ୍ରମେ ୧୪.୯°ସି ଓ ୧୪.୪°ସି ଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨.୦°ସି ପାଖାପାଖି ରହିବା ସମ୍ଭାବନା ରହିଛି ।

ସେହିପରି ଆଭ୍ୟନ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା ର କିଛି ଅଞ୍ଚଳ ରେ ରାତି ତାପମାତ୍ରା ୧୦°ସି ତଳେ ରହିବାର ସମ୍ଭାବନା ରହିଛି। ପାହାଡିଆ ଅଞ୍ଚଳ ରେ ତୁଷାରପାତ ହୋଇପାରେ। ଆସନ୍ତା ୧୦ ଜାନୁଆରୀ ଯାଏଁ ପ୍ରବଳ ଶୀତ ଅନୁଭୂତ ହେବ। ପ୍ରବଳ ଶୀତ ପ୍ରବାହିତ ହେବାର ସମ୍ଭାବନା ଥିବା ହେତୁ ଶୀତ ବସ୍ତ୍ର ସହ ପ୍ରସ୍ତୁତ ରୁହନ୍ତୁ।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.