ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଦନ୍ତା ଆକ୍ରମଣରେ ୪ ମୃତ୍ୟୁ

0

ଅନୁଗୁଳ; ଅନୁଗୁଳରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଆଜି ସକାଳୁ ହାତୀ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ। ସୂଚନା ଅନୁଯାୟୀ, ମୃତକ ୪ ଜଣ ବଗିଚାରେ କାମ କରୁଥିବା ବେଳେ ବଗିଚା ଭିତରକୁ ପଶି ଆସିଥିଲା ଏକ ଦନ୍ତା ହାତୀ। ଏହାପରେ ସମସ୍ତଙ୍କୁ ଆକ୍ରମଣ କରିଥିଲା ଦନ୍ତା।

ତେବେ ସମସ୍ତେ ଦନ୍ତା ଆକ୍ରମଣରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବଞ୍ଚି ପାରି ନଥିଲେ ଏବଂ ସମସ୍ତଙ୍କୁ ଦଳି ଦେଇଥିଲା ଦନ୍ତା। ପରିବାର ଲୋକେ ଖବର ପାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି। ସେପଟେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ବିଭିନ୍ନ ସ୍ଥାନରେ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସି ଘର ଭାଙ୍ଗିବା ଦେବା ସହ ଜିନିଷ ପତ୍ର ନଷ୍ଟ କରୁଛନ୍ତି।

Leave A Reply

Your email address will not be published.