ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଦନ୍ତା ଆକ୍ରମଣରେ ୪ ମୃତ୍ୟୁ

0

ଅନୁଗୁଳ; ଅନୁଗୁଳରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଆଜି ସକାଳୁ ହାତୀ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ। ସୂଚନା ଅନୁଯାୟୀ, ମୃତକ ୪ ଜଣ ବଗିଚାରେ କାମ କରୁଥିବା ବେଳେ ବଗିଚା ଭିତରକୁ ପଶି ଆସିଥିଲା ଏକ ଦନ୍ତା ହାତୀ। ଏହାପରେ ସମସ୍ତଙ୍କୁ ଆକ୍ରମଣ କରିଥିଲା ଦନ୍ତା।

ତେବେ ସମସ୍ତେ ଦନ୍ତା ଆକ୍ରମଣରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବଞ୍ଚି ପାରି ନଥିଲେ ଏବଂ ସମସ୍ତଙ୍କୁ ଦଳି ଦେଇଥିଲା ଦନ୍ତା। ପରିବାର ଲୋକେ ଖବର ପାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି। ସେପଟେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ବିଭିନ୍ନ ସ୍ଥାନରେ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସି ଘର ଭାଙ୍ଗିବା ଦେବା ସହ ଜିନିଷ ପତ୍ର ନଷ୍ଟ କରୁଛନ୍ତି।

Leave A Reply

Your email address will not be published.