ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ବିରିୟାନି ଖାଇ ଚାଲିଗଲା ଜୀବନ

0

ବେଙ୍ଗାଲୁରୁ: କେରଳର କାସରଗୋଡ଼ ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନୀୟ ହୋଟେଲ୍‌ରୁ ‘କୁଜିମାନ୍ତି’ ବା ଦମ୍‌ ବିରିୟାନୀ ଖାଇ ଜଣେ ୨୦ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ଘଟିଛି। ଫୁଡ୍‌ ପଏଜନିଂରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ପୁଲିସ କହିବା ଅନୁଯାୟୀ,  କସରଗଡ଼ ନିକଟସ୍ଥ ପେରୁମ୍ବାଲାରର ଅଞ୍ଜୁ ଶ୍ରୀପର୍ବତୀ ନାମ୍ନୀ ଜଣେ ଯୁବତୀ ଗତ ଡିସେମ୍ବର ୩୧ରେ ଏହି ବିରିୟାନି ମଗାଇଥିଲେ।

ପୁଲିସ କହିବା ଅନୁଯାୟୀ, କାସରଗୋଡ଼ ନିକଟ ପେରୁମ୍ବାଲାର ଅଞ୍ଜୁ ଶ୍ରୀପାର୍ବତୀ ଡିସେମ୍ବର ୩୧ ତାରିଖ ଦିନ କାସରଗୋଡ଼ର ଉଡୁମାସ୍ଥିତ ‘ରୋମାନ୍‌ସିଆ’ ନାମକ ରେସ୍ତୋରାଁରୁ ଅନ୍‌ଲାଇନ୍‌ରେ ‘କୁଜିମାନ୍ତି’ ବା ଦମ୍‌ ବିରିୟାନୀ ମଗାଇ ଖାଇଥିଲେ। ତାହାକୁ ଖାଇବା ପରେ ଅସୁସ୍ଥ ହୋଇ ଅଞ୍ଜୁ ସେବେଠାରୁ ଚିକିତ୍ସାଧୀନା ଥିଲେ। ଅଞ୍ଜୁଙ୍କ ସହିତ ଉକ୍ତ ବିରିୟାନୀ ଖାଇଥିବା ବାନ୍ଧବୀମାନେ ବି ଅସୁସ୍ଥତା ଅନୁଭବ କରିଥିଲେ ବୋଲି କୁହାଯାଉଛି। ପ୍ରଥମେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ସେଠାରୁ ତାଙ୍କୁ କର୍ଣ୍ଣାଟକର ମାଙ୍ଗାଲୁରୁସ୍ଥିତ ଆଉ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମକୁ ପୁଲିସ କହିଛି, ଝିଅର ପିତାମାତା ଅଭିଯୋଗ ଦାଏର କରିବା ପରେ ମାମଲା ରୁଜୁ କରାଯାଇଛି। ଶନିବାର ପ୍ରତ୍ୟୁଷରେ ଝିଅଟିର ମୃତ୍ୟୁ ହୋଇଯାଇଛି। ‘ଫୋରେନ୍‌ସିକ୍‌’ ରିପୋର୍ଟ ଆସିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପତନମ୍‌ତିତ୍ତରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଘଟଣା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ଲାଗି ‘ଫୁଡ୍‌ ସେଫ୍‌ଟି କମିସନର୍‌’ଙ୍କୁ ନିର୍ଦେଶ ଜାରି କରାଯାଇଛି। ଘଟଣା ଓ ଝିଅର ଚିକିତ୍ସା ଉପରେ ବି ଜିଲ୍ଲା ମେଡିକାଲ୍‌ ଅଧିକାରୀ ତଦନ୍ତ କରୁଛନ୍ତି। ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ‌ଷ୍ଟାଣ୍ଡାର୍ଡ’ ଅନୁଯାୟୀ ଖାଦ୍ୟ ବିଷକ୍ରିୟାକରଣ‌ ମାମଲାରେ ଅଭିଯୁକ୍ତ ହୋଟେଲ୍‌ଗୁଡ଼ିକର ଲାଇସେନ୍‌ସ୍‌ ରଦ୍ଦ କରାଯିବ।

Leave A Reply

Your email address will not be published.