ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଅବସର ନେଲେ ସାନିଆ ମିର୍ଜା

0

ଦୁବାଇ; ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକଙ୍କ ଠାରୁ ଛାଡପତ୍ର ଖବର ଭିତରେ ପ୍ରଶଂସକଙ୍କୁ ଆଉ ଏକ ଝଟକା ଦେଇଛନ୍ତି ଟେନିସ୍ ଷ୍ଟାର ସାନିଆ ମିର୍ଜା । ନିଜ ପ୍ରଫେସନାଲ କାରିଅରରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି ଭାରତୀୟ ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା । ଶରୀରରେ ଆଘାତ ଲାଗିବା ପରେ ସାନିଆ ଏହି ନିଷ୍ପତ୍ତି ନେଇଛନ୍ତି । ସେ ଆସନ୍ତା ମାସରେ ଖେଳିବେ ଜୀବନର ଶେଷ ଟୁର୍ଣ୍ଣାମେଣ୍ଟ ।

ଫେବ୍ରୁଆରୀ ୧୯ ତାରିଖରେ ଦୁବାଇରେ ଖେଳାଯିବାକୁ ଥିବା ଚ୍ୟାମ୍ପିଅନସିପରେ ସେ ଶେଷ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସୂଚନା ଦେଇଛନ୍ତି । ଏହି ଚାମ୍ପିଅନସିପ୍ ସାନିଆଙ୍କ କ୍ୟାରିୟରର ଶେଷ ଟୁର୍ନାମେଣ୍ଟ ହେବ । ଏହା ଏକ ବିଶ୍ୱ ଟେନିସ୍ ଆସୋସିଏସନର ୧୦୦୦ତମ ଇଭେଣ୍ଟ ହେବ । ତେବେ ସାନିଆଙ୍କ ବିଷୟରେ କହିବାକୁ ଗଲେ ୩୬ ବର୍ଷୀୟ ସାନିଆ ମିର୍ଜା ମଧ୍ୟ ଡବଲ୍ସରେ ବିଶ୍ୱରେ ନମ୍ବର-୧ ରହିସାରିଛନ୍ତି ।

କୁହାଯାଉଛି ଯେ, ଗତବର୍ଷ ସାନିଆ ଘୋଷଣା କରିଥିଲେ ଯେ, ସେ ୨୦୨୨ର ଶେଷରେ ଅବସର ନେବେ । ଶରୀରରେ ଆଘାତ ଲାଗିଥିବାରୁ ସେ ୟୁଏସ୍ ଓପନ୍ ଖେଳି ପାରିନଥିଲେ। ଏଭଳି ପରିସ୍ଥିତିରେ ସାନିଆ ମିର୍ଜା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିୟନ ଓପନ୍ ଖେଳିବେ । ଏହାପରେ ସେ ୟୁଏଇରେ ଚାମ୍ପିଅନସିପ୍ ଖେଳିବା ପରେ ଟେନିସ୍ ଜଗତକୁ କରିବେ ଅଲବିଦା କରିବେ ।

Leave A Reply

Your email address will not be published.