ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଅଧିକାରୀ

0

ରାୟଗଡା; ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଅଧିକାରୀ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ ଭାବେ ନିଯୁକ୍ତ ଅଛନ୍ତି କିଶୋରଚନ୍ଦ୍ର ନାୟକ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ ୫ ଲକ୍ଷ ୪ ହଜାର ୫୬୦ ଟଙ୍କା ବାହାରିଥିଲା ।

ସୂଚନାଯୋଗ୍ୟ; ଗତକାଲି ରାତିରେ ବେଆଇନ ଭାବେ ୫ ଲକ୍ଷ ୪୫ ଶହ୬୦ ଟଙ୍କା ନେଇ ରାୟଗଡ଼ା ସ୍ଥିତ ଘରକୁ ଯାଉଥିବା ବେଳେ ଅରବିନ୍ଦ ସ୍କୁଲ ପାଖରେ ଧରିଲା ଭିଜିଲାନ୍ସ । ଏହା ପରେ ଭିଜିଲାନ୍ସ ଟିମ୍ ମଙ୍ଗଳା ମନ୍ଦିର ନିକଟସ୍ଥ ତାଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲା । ସେଠାରେ ଯାଞ୍ଚ ବେଳେ ନଗଦ ୬ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା

ତେବେ ଶ୍ରୀ ନାୟକଙ୍କ ଠାରୁ ମୋଟ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ। ଏହା ସହିତ ପାତ୍ରପଡ଼ା କିଶୋର ବିହାରରେ ଥିବା ତାଙ୍କ ପତ୍ନୀଙ୍କ ବାସଭବନରେ ମଧ୍ୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ଯାଞ୍ଚ କରାଯାଇଥିଲା। ଏଥିସହିତ ନବରଙ୍ଗପୁରର ମନ୍ତ୍ରୀଗୁଡ଼ା ସ୍ଥିତି ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା। କିଶୋରଚନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗତକାଲି ଠାରୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ଗିରଫ କରିଛନ୍ତି।

Leave A Reply

Your email address will not be published.