ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଗାଁରେ ପଶିଲା ଦନ୍ତା, ଲୋକେ ଆତଙ୍କିତ

0

ଚନ୍ଦନପୁର: ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର କୃଷ୍ଣାଜନପୁର ଗାଁର ହୋତା ସାହି ଅଞ୍ଚଳରେ ପଶିଛି ଦନ୍ତା। ହାତୀକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ତେବେ ହାତୀଟି କୃଷ୍ଣାଜନପୁର ଗାଁ ନିକଟରେ ଏକ ଜଙ୍ଗଲରେ ରହିଥିବା ବେଳେ ହାତୀ ଉପରେ ଜଙ୍ଗଲ ବିଭାଗ ପକ୍ଷରୁ ନଜର ରଖାଯାଇଛି।

ହାତୀଟି ଆଜି ସକାଳୁ ଏହି ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଅଞ୍ଚଳବାସୀ ଦନ୍ତାହାତୀକୁ ଦେଖି ଭୟଭୀତ ହୋଇପଡିଥିଲେ। ହାତୀଟି କିଛି ଫସଲ ନଷ୍ଟ କରିଥିବା ଜଣାପଡ଼ିଛି ତେବେ ହାତୀର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ ସରବରାହକୁ ବିଚ୍ଛିନ୍ନ କରାଯାଇଥିବା ବେଳେ ସୁରକ୍ଷିତ ଭାବେ ହାତୀକୁ ଘଉଡାଇବା ପାଇଁ ଯୋଜନା କରିଛି ବନବିଭାଗ।

ଅନ୍ୟପଟେ ପୁରୀ ବନଖଣ୍ଡ ଅଧିକରୀଙ୍କ ସମେତ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଓ ସ୍ଥାନୀୟ ପୋଲିସର ସହାୟତାରେ ହାତୀର ଗତିବିଧି ଉପରେ ନଜର ରଖାଯାଇଛି। ଏପରିକି ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ସତର୍କତା ସହ ଭୟଭୀତ ନହେବା ପାଇଁ କୁହାଯାଇଛି।

Leave A Reply

Your email address will not be published.