ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଗାଁରେ ପଶିଲା ଦନ୍ତା, ଲୋକେ ଆତଙ୍କିତ

0

ଚନ୍ଦନପୁର: ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର କୃଷ୍ଣାଜନପୁର ଗାଁର ହୋତା ସାହି ଅଞ୍ଚଳରେ ପଶିଛି ଦନ୍ତା। ହାତୀକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ତେବେ ହାତୀଟି କୃଷ୍ଣାଜନପୁର ଗାଁ ନିକଟରେ ଏକ ଜଙ୍ଗଲରେ ରହିଥିବା ବେଳେ ହାତୀ ଉପରେ ଜଙ୍ଗଲ ବିଭାଗ ପକ୍ଷରୁ ନଜର ରଖାଯାଇଛି।

ହାତୀଟି ଆଜି ସକାଳୁ ଏହି ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଅଞ୍ଚଳବାସୀ ଦନ୍ତାହାତୀକୁ ଦେଖି ଭୟଭୀତ ହୋଇପଡିଥିଲେ। ହାତୀଟି କିଛି ଫସଲ ନଷ୍ଟ କରିଥିବା ଜଣାପଡ଼ିଛି ତେବେ ହାତୀର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ ସରବରାହକୁ ବିଚ୍ଛିନ୍ନ କରାଯାଇଥିବା ବେଳେ ସୁରକ୍ଷିତ ଭାବେ ହାତୀକୁ ଘଉଡାଇବା ପାଇଁ ଯୋଜନା କରିଛି ବନବିଭାଗ।

ଅନ୍ୟପଟେ ପୁରୀ ବନଖଣ୍ଡ ଅଧିକରୀଙ୍କ ସମେତ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଓ ସ୍ଥାନୀୟ ପୋଲିସର ସହାୟତାରେ ହାତୀର ଗତିବିଧି ଉପରେ ନଜର ରଖାଯାଇଛି। ଏପରିକି ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ସତର୍କତା ସହ ଭୟଭୀତ ନହେବା ପାଇଁ କୁହାଯାଇଛି।

Leave A Reply

Your email address will not be published.