ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଠେଲାପେଲାରେ ଚାଲିଗଲା ମହିଳାଙ୍କ ଜୀବନ

0

ପୁରୀ; ପୁରୀ ରେଲ୍‌ୱେ ଷ୍ଟେସନରେ ଘଟିଛି ଅଘଟଣ । ଅସମ୍ଭାଳ ଭିଡ଼ ଯୋଗୁଁ ଠେଲାପେଲାରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ମୃତକ ଜଣକ ଡେଲାଙ୍ଗ କଣ୍ଟାପଡାର କୁନିମଣି ନାୟକ।

ସୂଚନା ଅନୁସାରେ, ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଜକୁ ୧୦୧ ବର୍ଷ ଆଗମନୀ ଉତ୍ସବରେ ହଜାର ହଜାର ଭକ୍ତ ପୁରୀ ଆସିଥିଲେ । ଏନେଇ ପୁରୀ ରେଲ୍‌ୱେ ଷ୍ଟେସନରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଏତେ ଭିଡ଼ ଯେ, ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ୬ ନମ୍ବର ପ୍ଲାଟଫର୍ମରେ କୁନିମଣି ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁନିମଣି ଓ ତାଙ୍କ ସମ୍ପର୍କୀୟ ପୁରୀ ଦୁର୍ଗ ଏକ୍ସପ୍ରେସ୍‌ରେ ସମ୍ବଲପୁରୁ ଯାଉଥିଲେ। ହେଲେ ତା’ ପୂର୍ବରୁ ଏହି ଅଭାବନୀୟ ଘଟଣା ଘଟିଛି। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠା ଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଘଟଣାକୁ ନେଇ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.