ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଚୟନକର୍ତ୍ତା କମିଟିର ସଦସ୍ୟ ହେଲେ ଓଡିଆ ପୁଅ ଶିବସୁନ୍ଦର

0

ନୂଆଦିଲ୍ଲୀ: ଭାରତ ତଥା ଓଡ଼ିଶାର ପୂର୍ବତନ ଖେଳାଳି ଶିବସୁନ୍ଦର ଦାସ ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଏବଂ ପୁଣିଥରେ ବିସିସିଆଇ ପୁରୁଷ ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହେଲେ ଚେତନ ଶର୍ମା । ଏନେଇ ବିସିସିଆଇ ସଚିବ ଜୟ ଶାହ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ; ଗତ ୧୮ ଡିସେମ୍ବରରେ ଚୟନକର୍ତ୍ତା ଟିମ୍ ପାଇଁ ଆବେଦନ ଗ୍ରହଣ କରାଯାଇଥିଲା । ମୋଟ ୬୦୦ ଆବେଦନ ଗ୍ରହଣ କରିଥିଲା ବିସିସିଆଇ । ସେଥିମଧ୍ୟରୁ ଏହି ପାଞ୍ଚଜଣଙ୍କୁ ଚୟନ କରାଯାଇ ନିଯୁକ୍ତି ଦିଆଯଆଇଛି । ଗତ ନଭେମ୍ବର ୧୮ ତାରିଖରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରିଥିଲା ବିସିସିଆଇ ।ଏହି ଦରଖାସ୍ତ ଆହ୍ୱାନ ପରେ ଇଷ୍ଟ ଜୋନରୁ ଶିବସୁନ୍ଦର ଦାସ ଆବେଦନ କରିଥିଲେ। ତାଙ୍କୁ ଇଷ୍ଟ ଜୋନରୁ ବିସିସିଆଇ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ଦେଇଛି। ଦାସଙ୍କ ବ୍ୟତୀତ ଚୟନ କମିଟିରେ ନୂଆ ମୁହଁ ଭାବେ ସାଲିଲ ଅଙ୍କୋଲା, ସୁବ୍ରତ ବାନାର୍ଜୀ ଓ ଶ୍ରୀଧର ଶରତ ସ୍ଥାନ ପାଇଛନ୍ତି।

ଓଡ଼ିଆ ପୁଅ ଶିବ ସୁନ୍ଦର ଦାସ ଭାରତ ପାଇଁ ୨୩ଟି ଟେଷ୍ଟ ଖେଳିଥିବା ବେଳେ ୪ଟି ଦିନିକିଆରେ ନଜର ଆସିଥିଲେ। ସେ ୨୩ଟି ଟେଷ୍ଟ ମ୍ୟାଚ ଖେଳି ଭାରତ ପାଇଁ ୧୩୨୬ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୩୪.୮୯ ରହିଥିଲା। ସେ ଜିମ୍ବାୱେ ବିପକ୍ଷରେ ଭାରତ ପାଇଁ ଦୁଇ ଶତକ ମଧ୍ୟ ହାସଲ କରିଥିଲେ। ୨୦୦୧ ଜିମ୍ବାୱେ ବିପକ୍ଷ ସିରିଜ୍‌ରେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ମିଳିଥିଲା। ଏହାବାଦ ତାଙ୍କ ବ୍ୟାଟରୁ ଟେଷ୍ଟ କ୍ରିକେଟରେ ୯ଟି ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଓଡ଼ିଶା ପାଇଁ ଶତାଧିକ ରଣଜୀ ମ୍ୟାଚ୍‌ ଖେଳିଥିବା ଶିବ ସୁନ୍ଦର ଏବେ ଭାରତୀୟ ମହିଳା ଟିମର ବ୍ୟାଟିଂ କୋଚ୍ ରହିଛନ୍ତି।

ନୂଆ ଦାୟିତ୍ୱ ପାଇବା ପରେ ଶିବସୁନ୍ଦର ଦାସ କହିଛନ୍ତି, ବହୁତ ଖୁସି ଅଛି। ବଡ଼ ସୁଯୋଗ ମିଳିଛି। ଯେଉଁ ଦାୟିତ୍ୱ ମିଳିଛି, ତାହାକୁ ସମ୍ପାଦନ କରିବି। କୋଚିଂକୁ କ୍ୟାରିୟର କରିଥିଲି। ଏବେ ନୂଆ ଦାୟିତ୍ୱ ମିଳିଛି। ସଠିକ ଚୟନ ଜରିଆରେ ଭଲ ଖେଳାଳି ବାଛିବୁ।

Leave A Reply

Your email address will not be published.