ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଟ୍ରାଙ୍କୁଲାଇଜ ହେଲା ଦନ୍ତା

0

ପୁରୀ; ଟ୍ରାଙ୍କୁଲାଇଜ ହେଲା ପୁରୀରେ ଉପଦ୍ରବ ଚଳାଇଥିବା ହାତୀ । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି ବନବିଭାଗ। ସୋମବାରଠୁ ପୁରୀରେ ଉପଦ୍ରବ ଚଳାଇଥିଲା ହାତୀ । ଗତକିଛି ଦିନ ହେବ ହାତୀଟି ଚନ୍ଦନପୁର, ପ୍ରତାପପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣଜନପୁର ଅଞ୍ଚଳରେ ବୁଲୁଥିଲା। ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଆଡକୁ ପଶି ଆସୁଥିବାରୁ ଲୋକେ ଭୟଭୀତ ହୋଇ ପଡ଼ୁଥିଲେ। ଗତକାଲି ହାତୀଟି ବଲଭଦ୍ରପୁରୁ ଗହୀର ବାଟ ଦେଇ ଶ୍ରୀସେତ ନିର୍ମାଣ ସ୍ଥଳ ଅଞ୍ଚଳ ଦେଇ ଖଣ୍ଡିଆବନ୍ଧକୁ ଚାଲି ଯାଇଥିଲା। ଲୋକମାନେ ମାନେ ହାତୀଟିକୁ ଦେଖି ପାଟିତୁଣ୍ଡ କରିବାରୁ ସେ ବାଲିଗୁଆଳି ନିକଟବର୍ତ୍ତୀ ଅଭୟାରଣ୍ୟକୁ ପଳାଇ ଯାଇଥିଲା।

ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ସକାଳୁ ସକାଳୁ ଖଣ୍ଡିଆ ବନ୍ଧ ଓ ଅଠରନଳା ଦେଇ ବାଲିଗୁଆଳି ଅଂଚଳରେ ହାତୀକୁ ଠାବ କରାଯାଇଥିଲା ଏବଂ ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇଥିବା ସୂଚନା ମିଳିଛି। ହାତୀକୁ ଜଗିବାରେ ୫ ରେଂଜ’ର ବନ ଅଧିକାରୀ ସାମିଲ ହୋଇଥିଲେ । ତେବେ ଚନ୍ଦକାରୁ ଚନ୍ଦନପୁରର ଚାଲିଆସିଥିଲା ଦନ୍ତା ହାତୀ । ତେବେ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇ କେଉଁ ଜଙ୍ଗଲରେ ଛଡ଼ାଯିବ ବନ ବିଭାଗ ପକ୍ଷରୁ ଏନେଇ କିଛି ସୂଚନା ଦିଆଯାଇନାହିଁ।

Leave A Reply

Your email address will not be published.