ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହେଲା ହକି ମହାକୁମ୍ଭ

0

କଟକ: ଆଜି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ବାରବାଟୀ ଷ୍ଟିଡିୟମ୍‌ରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ହକି ବିଶ୍ବକପ୍‌କୁ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହକି ମହାକୁମ୍ଭର ଶୁଭାରମ୍ଭ ହୋଇଛି। ଏହି ଅବସରରେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଏହି ଆୟୋଜନରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ।

ଆଜିର ଭବ୍ୟ କାର୍ଯ୍ୟକ୍ରମ ସମ୍ବଲପୁରୀ ନୃତ୍ୟରୁ ଆରମ୍ଭ ହୋଇଥିବା ବେଳେ, ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସ୍ମିତି ମିଶ୍ର, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍, ରାପର ବିଗ୍ ଡିଲ୍, ରିତୁରାଜ ମହାନ୍ତି ଏବଂ ଓଲିଉଡ୍‌ ଷ୍ଟାର୍ କପଲ୍ ସବ୍ୟସାଚୀ-ଅର୍ଚ୍ଚିତାଙ୍କ କାର୍ଯ୍ୟକ୍ରମକୁ ମଧ୍ୟ ଉପଭୋଗ କରିଛନ୍ତି ଦର୍ଶକ। ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ୱର ଓ ରାଉରକେଲାରେ ୩ ସପ୍ତାହ ଧରି ଚାଲିବାକୁ ଥିବା ବେଳେ ଆସନ୍ତା ୧୩ ତାରିଖରୁ ପଡ଼ିଆରେ ଆରମ୍ଭ ହେବ ମୁକାବିଲା। ହଜାର ହଜାର ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ସାଜିଛନ୍ତି ଓଲିଉଡ୍ ଓ ବଲିଉଡ୍ ଷ୍ଟାରଙ୍କ ମ୍ୟୁଜିକ୍‌ ଓ ଡ୍ୟାନ୍ସ ସୋ। ଏହି ଗ୍ରାଣ୍ଡ ସେଲିବ୍ରେସନ୍‌ର ଜଲ୍ଓ୍ୱା ଦେଖାଉଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ। ଏହାଛଡ଼ା ସଂଗୀତ ପରିବେଷଣ କରୁଛନ୍ତି ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ପ୍ରୀତମ ଓ ବ୍ଲାକ ସ୍ୱାନ୍‌ ଗ୍ରୁଫ୍।

ଅପରାହ୍‌ଣ ୩ଟାରୁ ଆରମ୍ଭ ହୋଇଥିବା ହକି ବିଶ୍ବକପ୍‌ର ଉଦଘାଟନୀ ଉତ୍ସବ ପ୍ରାୟ ୯ଟା ଯାଏଁ ଜାରି ରହିବ। ବାରବାଟୀ ଷ୍ଟାଡିୟମକୁ ପୂରା ସଜା ଯାଇଛି। ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଛାତ୍ରଛାତ୍ରୀ ଦେଖିପାରିଛନ୍ତି। ଏଥିପାଇଁ ରାଜ୍ୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ସ୍କୁଲଗୁଡିକୁ ଅପରାହ୍ନ ୧ଟାରୁ ଛୁଟି ଘୋଷଣା କରାଯାଇଛି । କଟକ ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ସରକାରୀ ଅଫିସ, ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲକୁ ଦିନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି ।

ହକି ବିଶ୍ୱକପ୍‌ ଆୟୋଜନ ନେଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଓଡ଼ିଶାରେ ସବୁଠାରୁ ଭବ୍ୟ ଆୟୋଜନ ହୋଇଥିବା କହିଲେ ଠାକୁର। ଯେତେ ବି ବିଶ୍ୱକପ୍ ହୋଇଛି, ଓଡ଼ିଶାରେ ସବୁଠାରୁ ଭବ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.