ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଭିଜିଲାନ୍ସ ଜାଲରେ ଫସିଲେ ରେଞ୍ଜର

0

ସୁନ୍ଦରଗଡ; ପୁଣି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ବାବୁ । ସୁନ୍ଦରଗଡ଼ ଉଜଳପୁର ରେଞ୍ଜର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ସଂଗ୍ରାମ କେଶରୀ ମିନିହିରାଙ୍କ ଘରେ ରେଡ୍ ଚାଲିଛି । ତେବେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ରେ ଥିବା ସରକାରୀ ବାସଭବନ ଓ ଅଫିସରେ ଖୋଳତାଡ଼ ହେଉଥିବା ବେଳେ ସମ୍ବଲପୁର ବୁର୍ଲା ଟାଉନରେ ୩ ମହଲା କୋଠା ଠାବ ହୋଇଛି ।

ସେହିପରି ବଲାଙ୍ଗୀର ବ୍ରାହ୍ମଣୀପାଲିରେ ଥିବା ପୈତୃକ ବାସଭବନ ଓ ନେହେରୁ ନଗରରେ ଥିବା ସମ୍ପର୍କୀୟଙ୍କ ଘରେ ଛାନବିନ୍ ଚାଲିଛି । ଚଢ଼ାଉରେ ୫ ଜଣ ଡିଏସପି ଓ ୮ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ତେବେ ଚଢାଉ ଜାରି ରହିଥିବା ବେଳେ ମୋଟ ସମ୍ପତ୍ତିର ଆକଳନ ହୋଇନାହିଁ।

Leave A Reply

Your email address will not be published.