ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ, ୧୫ ଛାତ୍ରଛାତ୍ରୀ ଆହତ

0

ନବରଙ୍ଗପୁର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପିଲାଙ୍କୁ ନେଇ ଯାଉଥିବା ଏକ ପ୍ରାଇଭେଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ  ୧୫ ଜଣ ଛାତ୍ର ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ: ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ସଦର ବ୍ଲକର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଫଟକିସ୍ଥିତ ସ୍କୁଲ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସ୍‌ଟି ମୋହରା ନିକଟରେ ଏକ ଗଛକୁ ପିଟିଦେଲା । ଯାହାଫଳରେ ବସରେ ଥିବା ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ସମସ୍ତ ଆହତମାନଙ୍କୁ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରତିଦିନ ଏକ ବେସରକାରୀ ବସରେ ଛାତ୍ରଛାତ୍ରୀଙ୍କୁ ଚନ୍ଦାହାଣ୍ଡିରୁ  ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଫଟକିସ୍ଥିତ ଆଦର୍ଶ ବିଦ୍ୟାଳୟକୁ ନିଆ ଯାଉଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ପରେ ବସ କର୍ମଚାରୀ ଫେରାର ଅଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଚନ୍ଦାହାଣ୍ଡି ସିଏଚସିରେ ଭର୍ତ୍ତି ହୋଇଛନ୍ତି।

Leave A Reply

Your email address will not be published.