ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ବିଶ୍ୱର ଦୀର୍ଘତମ ନଦୀ ବିହାର ‘ଗଙ୍ଗାବିଳାସ’ର ଶୁଭ ଉଦଘାଟନ

0

ନୂଆଦିଲ୍ଲୀ: ଆଜି ବିଶ୍ୱର ଦୀର୍ଘତମ ନଦୀ ବିହାର ‘ଗଙ୍ଗାବିଳାସ’ର ଶୁଭଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାରଣାସୀରୁ ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡ଼ ପର୍ଯ୍ୟନ୍ତ ଚାଲିବ ଏହି ଜଳ ଯାନ । ୫୦ ଦିନରେ ବିଭିନ୍ନ ଐତିହାସିକ ସ୍ଥାନ ବୁଲିବ ଏହି କ୍ରୁଜ୍ ।

ଉଲେଖଯୋଗ୍ୟ; ପ୍ରଥମଥର ପାଇଁ ଏମଭି ଗଙ୍ଗା ବିଳାସ ଭଳି କ୍ରୁଜ ଭାରତରେ ନିର୍ମାଣ ହୋଇଛି। ଏହା ୫୧ ଦିନରେ ୩,୨୦୦ କିମି ଯାତ୍ରା କରିବ। କ୍ରୁଜରେ ଯାତ୍ରା ଆରମ୍ଭ କରିଥିବା ୩୨ ଜଣ ପର୍ଯ୍ୟଟକଙ୍କୁ ଆଜି ବାରାଣସୀ ଘାଟରେ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଶେହନାଇ ମଧ୍ୟ ବଜା ଯାଇଥିଲା। ସେମାନେ ବାରାଣସୀର ବିଭିନ୍ନ ଧାର୍ମିକ ଓ ଐତିହାସିକ ସ୍ଥାନ ବୁଲିବା ପରେ କ୍ରୁଜରେ ଯାତ୍ରା କରିଛନ୍ତି।

କ୍ରୁଜର ନିର୍ଦ୍ଦେଶକ ରାଜ ସିଂହ କହିଛନ୍ତି, ଏହା ମଧ୍ୟରେ ୫ ତାରକା ହୋଟେଲ ବ୍ୟବସ୍ଥା ରହିଛି। ଏଥିରେ ଥିବା ୧୮ଟି ସୁଟ୍ସରେ ୩୬ ଜଣ ପର୍ଯ୍ୟଟକ ରହିପାରିବେ। ଏହାବାଦ ୪୦ ଜଣ କ୍ରୁ ସଦସ୍ୟଙ୍କ ପାଇଁ ବ୍ୟବସ୍ଥା ହୋଇଛି। ଏହି ଅତ୍ୟାଧୁନିକ ଜାହାଜର ଲମ୍ବ ୬୨ ମିଟର, ଚଉଡ଼ା ୧୨ ମିଟର ଓ ଉଚ୍ଚତା ୯ ମିଟର ରହିଛି। ପ୍ରସିଦ୍ଧ ଲାଭ କରିଥିବା ୨୭ଟି ନଦୀ ପଥ ଦେଇ ଏହା ଯାତ୍ରା କରିବ। ବିଶ୍ୱ ଐତିହ୍ୟ, ଜାତୀୟ ପାର୍କ, ନଦୀ ଘାଟ ସମେତ ଗୁରୁତ୍ୱପୂର୍ଣ୍ଣ ସହର ଯଥା ବିହାରର ପାଟନା, ଝାରଖଣ୍ଡର ଶାହିଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ବାଂଲାଦେଶର ଢାକା ଓ ଆସାମର ଗୌହାଟୀ ଭଳି ସ୍ଥାନକୁ ଯିବ। ଗଙ୍ଗା, ଭାଗିରଥୀ, ଯମୁନା, ବିଧ୍ୟାବତୀ ଓ ବ୍ରହ୍ମପୁତ୍ର ଭଳି ପ୍ରମୁଖ ନଦୀ ଦେଇ ଏହା ଯାତାୟାତ କରିବ।

କ୍ରୁଜରେ ସ୍ପା, ସେଲୁନ ଓ ଜିମ ରହିଛି। ମନୋରଞ୍ଜ ପାଇଁ ନାଚଗୀତର କାର୍ଯ୍ୟକ୍ରମ ମଧ୍ୟ ଏହା ମଧ୍ୟରେ ହେବ। ଯାତ୍ରା ବେଳେ ଭାରତର ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପର୍ଯ୍ୟଟକମାନେ ଜାଣିପାରିବେ। ଗଙ୍ଗା କୂଳରେ ହେଉଥିବା ଆଳତି ଓ ଯୋଗାଭ୍ୟାସର ମଜା ମଧ୍ୟ ପର୍ଯ୍ୟଟକ ଉଠାଇ ପାରିବେ। ଜାହାଜ ଯାତ୍ରାର ଦୈନିକ ଭଡ଼ାର ୨୫ରୁ ୫୦ ହଜାର ଟଙ୍କା। ଏହାର ଅର୍ଥ ମୋଟ ୫୧ ଦିନ ଯାତ୍ରା ପାଇଁ ୨୦ ଲକ୍ଷ ଟଙ୍କା ଜଣେ ଯାତ୍ରୀ ଦେବେ। ଜାହାଜରେ ପ୍ରଦୂଷଣ ନିୟନ୍ତ୍ରଣ ଓ ଶବ୍ଦ ନିୟନ୍ତ୍ରଣ ଟେକ୍ନୋଲୋଜି ରହିଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି।

Leave A Reply

Your email address will not be published.