ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ଚାଷୀଙ୍କୁ ନୂଆଖାଇ ଭେଟି, ସିଏମ୍‌ କିଷାନର ୩ୟ କିସ୍ତି ଟଙ୍କା ପ୍ରଦାନ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ମହାନଦୀ ଉପରେ ନିର୍ମିତ ଟି-ସେତୁ ଦଳାଚକଟାରେ ୨ ମୃତ

0

କଟକ: କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ଦଳାଚକଟା ‌ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଶ୍ରଦ୍ଧାଳୁ ଗୁରୁତର ହୋଇଥିବା ସୂଚନା ମିଳିଛି। ଏଥିରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ଡାକ୍ତରଖାନା ନିଆଯାଉଛି। ଶୋଚନୀୟ ଅବସ୍ଥା ଥିବା ୩ ଜଣ ଲୋକଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି।

ସୂଚନା ଅନୁସାରେ; ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି, ଆଜି ସିଂହନାଥ ପୀଠରେ ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ୩ କିଲୋମିଟର ଲମ୍ବା ବ୍ରିଜ୍‌ରେ ହଠାତ୍ ଲୋକଙ୍କ ଭିଡ଼ ହେବାରୁ ଦଳାଚକଟା ହୋଇଥିଲା। ଭିଡ଼ ଯୋଗୁ କିଛି ଲୋକ ଅଣନିଃଶ୍ୱାସୀ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଥିଲେ। ୮ ଜଣ ଆହତଙ୍କୁ ବଡମ୍ବା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି। ଡାକ୍ତରଖାନାରେ ସ୍ଥିତି ନିରୀକ୍ଷଣ ନିମନ୍ତେ ପ୍ରଶାସନ ପକ୍ଷରୁ ଜଣେ ଅଫିସରଙ୍କୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି।

ସେପଟେ ଜଣାପଡ଼ିଛି ଆଜି ଏତେବଡ଼ ମେଳା ଆୟୋଜନ ହେଉଥିବା ବେଳେ ବଡ଼ମ୍ବା ଡାକ୍ତରଖାନାରେ ମାତ୍ର ଜଣେ ଡାକ୍ତର ଥିଲେ। କୌଣସି ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ କରାଯାଇ ନ ଥିଲା। ତେଣୁ ଡାକ୍ତରଖାନାରେ ପହଞ୍ଚୁଥିବା ଆହତଙ୍କ ଚିକିତ୍ସାରେ ଗୁରୁତର ବାଧା ସୃଷ୍ଟି ହୋଇଥିଲା। ଅନ୍ୟପଟରେ ମହାନଦୀ ଉପରେ କିଛି ମାସ ପୂର୍ବରୁ ଲୋକାର୍ପିତ ହୋଇଥିବା ଟି-ସେତୁ ଉପରେ ଅଚାନକ ଲକ୍ଷାଧିକ ଲୋକଙ୍କର ଭିଡ଼ ହୋଇଥିବାରୁ ସେମାନଙ୍କୁ ନିୟନ୍ତ୍ରିତ କରିବାରେ ଅସୁବିଧା ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ସିଂହନାଥ ପୀଠରେ ଦର୍ଶନ ବନ୍ଦ ରଖାଯାଇଛି। ପରିସ୍ଥିତିରେ ସ୍ବାଭାବିକ ଅବସ୍ଥା ଆଣିବା ପାଇଁ ୩ ପ୍ଲାଟୁନ୍‌ ପୁଲିସ ମୁତୟନ ଅଛନ୍ତି।

Leave A Reply

Your email address will not be published.