ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ନେଦରଲ୍ୟାଣ୍ଡ୍‌ସ ଠାରୁ ମାଲେସିଆ ୪-୦ରେ ପରାସ୍ତ

0

ରାଉରକେଲା: ପୁରୁଷ ହକି ବିଶ୍ବକପ-୨୦୨୩ରେ ଶନିବାର ନେଦରଲ୍ୟାଣ୍ଡ୍‌ସ ଠାରୁ ମାଲେସିଆ ୪-୦ରେ ପରାସ୍ତ ହୋଇଛି। ଅପରାହ୍‌ଣ ୩ଟାରେ ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ କଡ଼ାମୁକାବିଲା ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ନେଦରଲାଣ୍ଡ୍‌ସ ୨ଟି ଗୋଲ ଦେଇଥିଲା। ୧୯ ମିନିଟରେ ଭାନ ଦାମ୍‌ ଥିଜ୍‌ସ ଫିଲ୍ଡ ଗୋଲ ଦେଇଥିଲେ। ଜନସିନ ଜିପ୍‌ ୨୩ ମିନିଟରେ ପେନାଲ୍ଟି ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ।

୩ୟ କ୍ବାର୍ଟର ସୁଦ୍ଧା ମାଲେସିଆକୁ ୩ ଥର ପେନାଲ୍ଟି ଗୋଲ ସୁଯୋଗ ମିଳିଥିଲା। କିନ୍ତୁ ଖେଳାଳିମାନେ ଏଥିରୁ ଲାଭ ଉଠାଇପାରି ନ ଥିଲେ। ଶେଷ କ୍ବାର୍ଟରରେ ନେଦରଲ୍ୟାଣ୍ଡ୍‌ସର ଖେଳାଳି ବେନିସ୍‌ ଟେଉନ୍‌ ୪୬ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ। କ୍ରୋନ୍‌ ଜୋରିତ ୫୯ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ।

ସୂଚନାଯୋଗ୍ୟ; ଆଜି ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୩-୧ ଗୋଲ୍‌ରେ ଚିଲିକୁ ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ପଞ୍ଚମ ମ୍ୟାଚ୍‌ରେ ଚିଲି ପ୍ରଥମ ଥର ପାଇଁ ଭାଗ ନେଇଥିଲା ବେଳେ ହାରିଛି। ମ୍ୟାଚ୍‌ ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ଚିଲି ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଚିଲିର ଖେଳାଳିମାନେ ସୁଯୋଗ ଦେଉ ନଥିଲେ।

Leave A Reply

Your email address will not be published.