ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ନେଦରଲ୍ୟାଣ୍ଡ୍‌ସ ଠାରୁ ମାଲେସିଆ ୪-୦ରେ ପରାସ୍ତ

0

ରାଉରକେଲା: ପୁରୁଷ ହକି ବିଶ୍ବକପ-୨୦୨୩ରେ ଶନିବାର ନେଦରଲ୍ୟାଣ୍ଡ୍‌ସ ଠାରୁ ମାଲେସିଆ ୪-୦ରେ ପରାସ୍ତ ହୋଇଛି। ଅପରାହ୍‌ଣ ୩ଟାରେ ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ କଡ଼ାମୁକାବିଲା ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ନେଦରଲାଣ୍ଡ୍‌ସ ୨ଟି ଗୋଲ ଦେଇଥିଲା। ୧୯ ମିନିଟରେ ଭାନ ଦାମ୍‌ ଥିଜ୍‌ସ ଫିଲ୍ଡ ଗୋଲ ଦେଇଥିଲେ। ଜନସିନ ଜିପ୍‌ ୨୩ ମିନିଟରେ ପେନାଲ୍ଟି ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ।

୩ୟ କ୍ବାର୍ଟର ସୁଦ୍ଧା ମାଲେସିଆକୁ ୩ ଥର ପେନାଲ୍ଟି ଗୋଲ ସୁଯୋଗ ମିଳିଥିଲା। କିନ୍ତୁ ଖେଳାଳିମାନେ ଏଥିରୁ ଲାଭ ଉଠାଇପାରି ନ ଥିଲେ। ଶେଷ କ୍ବାର୍ଟରରେ ନେଦରଲ୍ୟାଣ୍ଡ୍‌ସର ଖେଳାଳି ବେନିସ୍‌ ଟେଉନ୍‌ ୪୬ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ। କ୍ରୋନ୍‌ ଜୋରିତ ୫୯ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ।

ସୂଚନାଯୋଗ୍ୟ; ଆଜି ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୩-୧ ଗୋଲ୍‌ରେ ଚିଲିକୁ ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ପଞ୍ଚମ ମ୍ୟାଚ୍‌ରେ ଚିଲି ପ୍ରଥମ ଥର ପାଇଁ ଭାଗ ନେଇଥିଲା ବେଳେ ହାରିଛି। ମ୍ୟାଚ୍‌ ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ଚିଲି ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଚିଲିର ଖେଳାଳିମାନେ ସୁଯୋଗ ଦେଉ ନଥିଲେ।

Leave A Reply

Your email address will not be published.