ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଛୁଆକୁ ମାରିବା ପରେ ମା’ର ଆତ୍ମହତ୍ୟା

0

କଟକ: ଦୁଇ ବର୍ଷର ଛୁଆକୁ ତଣ୍ଟି ଚିପି ମାରିଲା ମା’ । ଛୁଆକୁ ମାରିବା ପରେ ମା କରିଛି ଆତ୍ମହତ୍ୟା । ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି । ତେବେ ଜଣେ ମା’ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ମହିଳା ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସ୍ତ୍ରୀ ବୋଲି ଜଣାପଡିଛି। ନିଜ ୩ ବର୍ଷର ଛୁଆକୁ ତଣ୍ଟି ଚିପି ମାରିଦେବା ପରେ ମା ବେକରେ ଶାଢ଼ୀ ଦେଇ ଝୁଲିପଡିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣା ପଛର କାରଣ ଜଣାପଡିନାହିଁ । ମହିଳାଙ୍କ ସ୍ବାମୀ ସାଲେପୁରର ସନ୍ତୋଷ ଖୁଣ୍ଟିଆ।

ମୃତ ମହିଳା ଜଣକ ସନ୍ତୋଷଙ୍କ ଦ୍ବିତୀୟ ପତ୍ନୀ ଓ ପିଲାଟି ପ୍ରଥମ ପତ୍ନୀଙ୍କର ପୁଅ। ପ୍ରସବ ପରେ ହିଁ ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପିଲାଟିକୁ ତାର ମାମୁଁଘର ଲୋକେ ନେଇ ଯାଇଥିଲେ। ତେବେ ସନ୍ତୋଷଙ୍କ ଦ୍ବିତୀୟ ବିବାହ ପରେ ତାଙ୍କ ଦ୍ବିତୀୟ ପତ୍ନୀ ପିଲାଟିର ସବୁ ଦାୟିତ୍ବ ନେବାକୁ କହି ନିଜ ପାଖରେ ରଖିଥିଲେ। ମହିଳା ଜଣକ ପିଲାଟିକୁ ବହୁତ ଭଲ ପାଉଥିଲେ। କିନ୍ତୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଏପରିକି ଗତ ୨ଦିନ ତଳେ ପତି ପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା ।

ତେବେ ମୃତ ମହିଳାଙ୍କ ସ୍ୱାମୀ ସନ୍ତୋଷ ସବୁବେଳେ ପତ୍ନୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଏସବୁ ସହିନପାରି ସେ ଚରମ ପଦକ୍ଷେପ ନେଇଥିବା ପରିବାର ଲୋକେ କହିଛନ୍ତି । ସେପଟେ ବୋହୂ ସବୁବେଳେ ପୁଅ ସହ କଳି କରୁଥିବା ସନ୍ତୋଷଙ୍କ ବାପା ମାଆ କହିଛନ୍ତି ।

Leave A Reply

Your email address will not be published.