ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମାଛଧରା ଟ୍ରଲରର ପତ୍ତା ମିଳିଲା: ୧୩ ମତ୍ସ୍ୟଜୀବୀ ସୁରକ୍ଷିତ

0

ପାରାଦ୍ବୀପ; ୫ ଦିନ ପରେ ନିଖୋଜ ହୋଇଥିବା ଦୁଇ ଟ୍ରଲରର ସନ୍ଧାନ ମିଳିଛି। ସୁରକ୍ଷିତ ଅଛନ୍ତି ପାରାଦୀପ ସମୁଦ୍ରରେ ନିଖୋଜ ଥିବା ସମସ୍ତ ୧୩ ମତ୍ସ୍ୟଜୀବୀ । ଏନେଇ ସୂଚନା ଦେଇଛନ୍ତି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା ।

ସୂଚନା ଅନୁଯାୟୀ, ୪ ଦିନ ତଳେ ପାରାଦୀପ ମାଛଧରା ବନ୍ଦରରୁ ଦେବୀ ଲକ୍ଷ୍ମୀ ଓ କିନ୍ନରା ବୋଟ୍‌ ଏକ ସର୍ଭେ କାମରେ ୮୮ ନଟି ମାଇଲ୍‌ ସମୁଦ୍ରକୁ ଯାଇଥିଲେ ୧୩ ମତ୍ସ୍ୟଜୀବୀ । ତାପରଠୁ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରିନଥିଲା। ବୋଟ୍‌ ଓ ମତ୍ସ୍ୟଜୀବୀଙ୍କୁ ଖୋଜିବାକୁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା।

ଯେଉଁଠାରୁ ଏହି ଟ୍ରଲର ନିଖୋଜ ହୋଇଛି ତାହା ପାରାଦୀପରୁ ୧୮୦ କିଲୋମିଟର ଦୂରରେ ରହିଛି । ଗୋଟିଏ ବୋଟରେ ୬, ଅନ୍ୟ ବୋଟରେ ୭ ଜଣ ଥିଲେ ବୋଲି ସୂଚନା ରହିଛି । ନିଖୋଜ ହୋଇଥିବା ମତ୍ସ୍ୟଜୀବୀ କେନ୍ଦ୍ରାପଡ଼ା, ପୁରୀ ଓ ଜଗତସିଂହପୁରର ବୋଲି ସୂଚନା ରହିଛି । ହେଲେ ଏମାନଙ୍କ ପରିଚୟ ମିଳିପାରି ନାହିଁ । ତେବେ ସମସ୍ତ ମତ୍ସ୍ୟଜୀବୀ ୨ଟି ଟ୍ରଲରରେ ମଝି ସମୁଦ୍ରରୁ ଫେରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.