ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ସେନାଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

0

ଜମ୍ମୁ-କଶ୍ମୀର; ସୁରକ୍ଷାବାହିନୀକୁ ମିଳିଲା ବଡ ସଫଳତା । ଜମ୍ମୁକଶ୍ମୀରର ବଡଗାମରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କବାଦୀ । ମିଳିଥିବା ସୂଚନା ଅନୁଯାୟୀ, ବଡଗାମ ଏସଏସପି କାର୍ଯ୍ୟାଳୟ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ଏଠାରେ ଦୁଇ ଆତଙ୍କବାଦୀ ଲୁଚିଥିବାର ଗୁଇନ୍ଦା ଖବର ମିଳିବା ପରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା |

ଜଣେ ସେନା ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ଯବାନମାନେ ବଡ଼ଗାମରେ ଏକ ମୋବାଇଲ୍ ଗାଡି ଚେକ୍ ପୋଷ୍ଟ ସ୍ଥାପନ କରିଥିଲେ। ତେବେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ଆଉ ଏହାର ଜବାବ ଦେବାକୁ ଯାଇ ସୁରକ୍ଷାବାହିନୀ ଗୁଳି ଚଳାଇଥିଲେ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା | ତେବେ ନିହତ ଆତଙ୍କୀମାନେ ହେଉଛନ୍ତି ପୁଲୱାମାର ଅରବାଜ ମିର ଏବଂ ସହିଦ ଶେଖ ।

ସୂଚନା ଥାଉ କି ଏହା ପୂର୍ବରୁ ରବିବାର ଦିନ ମଧ୍ୟ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା | ତେବେ ତିନିଜଣ ଆତଙ୍କବାଦୀ ଖସି ପଳାଇ ଯାଇଥିଲେ।

Leave A Reply

Your email address will not be published.