ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କଣ୍ଠଶିଳ୍ପୀ ହ୍ୟୁମାନଙ୍କ ନାଁରେ ଥାନାରେ ମାମଲା

0

କଟକ; ବିବାଦରେ ଫସିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ହ୍ୟୁମାନ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି । ଯାହାଫଳରେ ନିଜ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ପତ୍ନୀ ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଅଭିଯୋଗପତ୍ର ମହିଳା ଥାନାକୁ ପଠାଯାଇଛି । ଆସନ୍ତା କାଲି ତାଙ୍କ ପତ୍ନୀ ପାରିବାରିକ ହିଂସା ଓ ଦାମ୍ପତ୍ୟ କଳହ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ନିୟମାନୁସାରେ ପ୍ରଥମେ ଉଭୟଙ୍କୁ ଥାନାକୁ ଡାକି ବୁଝାସୁଝା କରାଯିବ। ଏନେଇ ଆସନ୍ତା କାଲି ପୂର୍ବାହ୍ନ ୧୧ଟାରେ କାଉନସେଲିଂ ପାଇଁ ଥାନାରେ ଉଭୟ ପକ୍ଷ ପହଞ୍ଚିବାକୁ ସମନ କରାଯାଇଛି। ଏହି ମାମଲାରେ ହ୍ୟୁମାନଙ୍କ ପତ୍ନୀ ଅଭିଯୋଗ କରିଥିବା ବେଳେ ହ୍ୟୁମାନଙ୍କ ପ୍ରତିକ୍ରିୟା ମଧ୍ୟ ନିଆଯିବ। ଏଥିରେ ବିବାଦର ସମାଧାନ ନ ହେଲେ ପରବର୍ତ୍ତୀ ଏକ ତାରିଖରେ ପୁଣି ଥରେ କାଉନସେଲିଂ କରାଯିବ।

ସୂଚନାଯୋଗ୍ୟ, ପୂର୍ବରୁ ବିଭିନ୍ନ ସମୟରେ ନିଜର ଗୀତ ପାଇଁ ବିବାଦରେ ଫସୁଥିବା ହ୍ୟୁମାନ ସାଗର ଏଥର ନିଜ ପାରିବାରିକ କଳହ ପାଇଁ ଚର୍ଚ୍ଚାର କାରଣ ପାଲଟିଛନ୍ତି ।

Leave A Reply

Your email address will not be published.