ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର

0

କଟକ: ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ହ୍ୟୁମାନ ସାଗର। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ଗତକାଲି ପତ୍ନୀ ସାଙ୍ଘାତିକ ଅଭିଯୋଗ ଆଣିବା ପରେ ପୁଲିସର ସମନ ପାଇଁ ଆଜି ମହିଳା ଥାନାରେ ପହଞ୍ଚିଛନ୍ତି। ପତ୍ନୀ ଶ୍ରେୟା ମିଶ୍ରଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦେଉଥିବା ନେଇ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଆଜି ପ୍ରଥମ ପର୍ଯ୍ୟାୟରେ ମହିଳା ଥାନାକୁ ଉଭୟ ପକ୍ଷକୁ କାଉନସିଲିଂ ପାଇ ଡ଼କା ଯାଇଥିବା ବେଳେ ମହିଳା ଥାନାରେ ପହଞ୍ଚିଛନ୍ତି ହ୍ୟୁମାନ।

ହ୍ୟୁମାନ କଟକ ମହିଳା ଥାନାରେ ପହଞ୍ଚିବାରେ ପରେ ଗଣମାଧ୍ୟମ ପ୍ରତିନିଧୀମାନେ ତାଙ୍କୁ ପ୍ରଶ୍ନ କରିବାକୁ ଘେରି ଯାଇଥିଲେ। ହେଲେ ସମସ୍ତ ପ୍ରଶ୍ନକୁ ଏଡ଼େଇ ଯାଇ ଭିତରକୁ ଯାଇଥିଲେ ହ୍ୟୁମାନ୍‌। କେବଳ ପୁଲିସ୍‌ ସମନ ପାଇ ଆସିଛି ଓ କାଉନ୍‌ସିଲର୍‌ଙ୍କୁ ଭେଟିବି ବୋଲି ‌ହ୍ୟୁମାନ କହିଛନ୍ତି। ହ୍ୟୁମାନ୍‌ଙ୍କ ସାଙ୍ଗରେ ରହିଛନ୍ତି ତାଙ୍କ ଆଇନଜୀବୀ ସତ୍ୟରଞ୍ଜନ ମୂଳିଆ। ଆଜି କାଉନସିଲିଂ ରେ ମହିଳା ଥାନାରେ ଅଧିକରୀ ଓ ଜୋନ-୨ ଏସସିପି ଉପସ୍ଥିତ ରହିଛନ୍ତି। ତେବେ ଅଭିଯୋଗ ବିଷୟରେ କୌଣସି ଭାବେ ଅବଗତ ନଥିବା ବେଳେ ଥାନାରେ ଅଧିକାରୀଙ୍କ ସୂଚନା ପାଇ ଆଜି ମହିଳା ଥାନାକୁ ଆସିଥିବା କହିଛନ୍ତ ହ୍ୟୁମାନ ସାଗର।

Leave A Reply

Your email address will not be published.