ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଘର ପ୍ରସଙ୍ଗରେ ବଡ ଘୋଷଣା କଲା ବିଜେଡି

0

ଭୁବନେଶ୍ବର; ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପ୍ରେସମିଟ୍ କରି ବର୍ଷିଲା ବିଜେଡି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଓ ଶ୍ରୀମୟୀ ମିଶ୍ର ପ୍ରେସମିଟରେ ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପି ସାଂସଦମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ରାଜ୍ୟରେ ୧୫ଲକ୍ଷ ଘର ଆବଶ୍ୟକ, ମାତ୍ର ୮ଲକ୍ଷ ଘର ଦେଲା କେନ୍ଦ୍ର। ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାକୁ ଆଉ ଘର ନଦେବା ପାଇଁ ବୋଧହୁଏ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଯୋଜନା ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ନେଉଛନ୍ତି। କେନ୍ଦ୍ର ଘର ନଦେଲେ ଓଡ଼ିଶାର ଯୋଗ୍ୟ ୧୫ ଲକ୍ଷ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଘର ଦେବେ ବୋଲି କହିଛନ୍ତି ସସ୍ମିତ ପାତ୍ର ।

ଏହାସହ ସେ ଅଭିଯୋଗ କରି କହିଛନ୍ତି ଯେ, ବିଜେପି ସାଂସଦମାନେ ଓଡ଼ିଶା ଲୋକଙ୍କ ସହ ଖେଳିଛନ୍ତି । ହିତାଧିକାରୀଙ୍କ ପାଇଁ ବଜେପି ସାଂସଦମାନେ ଷଡଯନ୍ତ୍ର କରିଛନ୍ତି । ଆବଶ୍ୟକ ୧୫ ଲକ୍ଷ ଘର ଷଡଯନ୍ତ୍ର କରି ବିଜେପି ସାଂସଦମାନେ କେନ୍ଦ୍ରର କହି ମାତ୍ର ୮ ଲକ୍ଷ ଘର ଦେଇଛନ୍ତି । ହିତାଧିକାରୀ ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥାଏ ବୋଲି କହିଛନ୍ତି ସସ୍ମିତ ପାତ୍ର।

ଯଦି ତାଲିକାରେ କେହି ଅଯୋଗ୍ୟ ବ୍ୟକ୍ତିମାନେ ଅଛନ୍ତି ତେବେ ବିଜେପି ନେତା ମାନେ ହିଁ ତାଲିକା ପ୍ରସ୍ତୁତ କରନ୍ତୁ ବୋଲି କହିବା ସହ ବିଜେପି ଉପରେ ବର୍ଷିଛି ଶାସକ ବିଜେଡି। ରାଜ୍ୟ ସରକାର ନିଜ ଆଡୁ ଘର ଦେବେ । ଓଡିଶା ଲୋକଙ୍କ ପାଇଁ ବିଜେଡିର ସଂଗ୍ରାମ ଜାରି ରହିବ। ଓଡ଼ିଶା ଲୋକଙ୍କ ପ୍ରତି ବିଜେପିର ସାଂସଦ ମାନେ ଘୋର ଅନ୍ୟାୟ କରିଛନ୍ତି। କେନ୍ଦ୍ର ସରକାର ଗାଇଡଲାଇନ ତିଆରି କରିବା ବେଳେ କାହିଁକି ଚୁପ ବସିଲେ ବିଜେପି ସାଂସଦ। କାହିଁକି ଗାଇଡଲାଇନ ବଦଳାଇବାକୁ କହୁନାହାନ୍ତି। ପଲ୍ଲୀସଭାରେ ଆପତ୍ତି ଆଣୁନାହାନ୍ତି କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି ।

Leave A Reply

Your email address will not be published.