ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଜୟପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

0

ଜୟପୁର: ବିକ୍ରମ ଦେବ କଲେଜର ପ୍ଲାଟିନମ ଜୁବିଲି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି  ଜୟପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସହରବାସୀ ପୂରା ଉତ୍ସାହିତ ରହିଥିବା ବେଳେ କଲେଜ ପଡିଆକୁ ଖୁବ୍‌ ସୁନ୍ଦର ଭାବେ ସଜା ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ ଜୟପୁର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଗତକାଲି ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ମଞ୍ଚରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହା ପୂର୍ବରୁ ଏକ ଅଡିଓ ଭିଜୁଆଲ୍‌ କ୍ଲିପ୍‌ ଜରିଆରେ କୋରାପୁଟ୍‌ରେ ହୋଇଥିବା ବିକାଶର ଚିତ୍ରକୁ ଦେଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି ପ୍ରଭାବରେ କିପରି କୋରାପୁଟ ବିକାଶ ପଥରେ ଆଗେଇଛି ତାହା ଏହି କ୍ଲିପ୍‌ରେ ଦୃଶ୍ୟମାନ ହୋଇଛି। ଏଥିସହ ମୁଖ୍ୟମନ୍ତ୍ରୀ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି।

ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ । ୧୯୪୭ ମସିହାରେ ସ୍ଥାପିତ ବିକ୍ରମଦେବ ମହାବିଦ୍ୟାଳୟରେ ଏବେ ୧୬ଟି ବିଭାଗରେ ପିଜି, ୧୭ଟିରେ ୟୁଜି ସହ ବିବିଏ, ବିସିଏ ଓ ବିଏଡ୍ ପାଠ୍ୟକ୍ରମ ଜାରି ରହିଛି । ଏବେ ୪ହଜାର ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି। ବହୁ ବର୍ଷ ଦାବି ଶେଷରେ ପୂରଣ ହୋଇଥିବାରୁ ‌କଲେଜ କର୍ମଚାରୀ, ପୁରାତନ ଛାତ୍ର ଏବଂ ବର୍ତ୍ତମାନର ଛାତ୍ରଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏପରିକି ଗତକାଲି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏପରିକି ଆଜି ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚି ମଞ୍ଚକୁ ଯାଉଥିବା ବେଳେ ଉପସ୍ଥିତ ଲୋକମାନେ ‘ନବୀନ ପଟ୍ଟନାୟ ଧନ୍ୟବାଦ’ ବୋଲି ବି ସ୍ଲୋଗାନ ଦେଇଥିବା ଶୁଣିବାକୁ ମିଳିଥିଲା।

Leave A Reply

Your email address will not be published.