ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ନବ ଦାସ ବ୍ୟବହାର କରୁଥିବା ଇନୋଭା କାରରୁ ଗୁଳି ଜବତ

0

ଝାରସୁଗୁଡା; ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ହେବାର ୪ ଦିନ ପରେ ସେହି ଗୁଳିକୁ ଖୋଜିବାରେ ସମର୍ଥ ହୋଇଛି ତଦନ୍ତକାରୀ ଦଳ। ନବ ଦାସଙ୍କୁ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି ମାରି ହତ୍ୟା କରିବା ପରେ ଏବେ ରାଜ୍ୟରେ ସେହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ବିଳମ୍ବିତ ରାତିରେ ନବ ଦାସ ବ୍ୟବହାର କରୁଥିବା ଇନୋଭା କାରରୁ ଗୁଳି ଜବତ ହୋଇଥିବା ସୂଚନା ମିଳିଛି । ଏହା ଏକ ବଡ଼ ପ୍ରମାଣ ହେବ ବୋଲି ଆଶା କରାଯାଉଛି।

ଜବତ ଗୁଳି ନବ କିଶୋରଙ୍କ ଦେହରେ ବାଜିଥିଲା ନା ନାହିଁ ତାହା ଯାଞ୍ଚ ପାଇଁ ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ଫାରୋ ମେସିନ ଥ୍ରୀଡି ସ୍କାନର ମେସିନ ସାହାଯ୍ୟରେ ମିଳିଛି ଗୁଳି । ୨ ଦିନ ଧରି କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ ଟିମ୍ କାର୍‌ ଯାଞ୍ଚ କରୁଥିଲେ । ଗତକାଲି କାରରୁ ଗୋଟିଏ ଗୁଳି ମିଳିଛି । ପୂର୍ବରୁ ଗୁଳିର ଖୋକା ମିଳିଥିଲା। ଏବେ ଗୁଳି ମିଳିବା ପରେ ଅଭିଯୁକ୍ତକୁ ଦୋଷୀ ପ୍ରମାଣିତ କରିବାରେ କ୍ରାଇମବ୍ରାଞ୍ଚକୁ ବଡ ସହାୟକ ହେବ।

ସେପଟେ ଗୋପାଳକୃଷ୍ଣର ନିକଟ ସମ୍ପର୍କୀୟଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ସେହିପରି ଫରେନସିକ ଲ୍ୟାବକୁ ପଠାଯାଇଛି ମୃତକଙ୍କ ଭିସେରା ରିପୋର୍ଟ । ଅଭିଯୁକ୍ତର ତଥ୍ୟ ଆଧାରରେ ଝାରସୁଗୁଡ଼ା ବିମାନ ବନ୍ଦର ପାଇଖାନା ଟାଙ୍କିରୁ କାଗଜ ଖଣ୍ଡ ଜବତ ହୋଇଛି । ହାତଲେଖା କାଗଜ ଖଣ୍ଡ ଗୁଡିକୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି କହିଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.