ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ଡେଲ କମ୍ପାନୀ

0

ନୂଆଦିଲ୍ଲୀ; ବଡ ବଡ କମ୍ପାନୀ ମାନଙ୍କର ଛଟେଇ କରିବାର ଅଭିଯାନ ଶେଷ ହଉନି। ଟ୍ୱିଟର, ଆମାଜନ, ମାଇକ୍ରୋସଫ୍ଟ ଭଳି ବଡ ବଡ କମ୍ପାନୀ ପରେ ଏବେ ଛଟେଇ କରିବ ଲାପଟପ କମ୍ପାନୀ ଡେଲ । ଡେଲ ଟେକ୍ନୋଲୋଜି କମ୍ପାନୀ ପ୍ରାୟ ୬ ହଜାର ୬୫୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୋମବାର ରିପୋର୍ଟ ପ୍ରକାଶ କରିଛି ବ୍ଲୁମବର୍ଗ । ଡେଲ କମ୍ପାନୀର ଲାପଟପର ଚାହିଦା କମୁଥିବାରୁ କମ୍ପାନୀ ୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତିି ନେଇଛି ।

ବ୍ୟକ୍ତିଗତ କମ୍ପ୍ୟୁଟରର ଚାହିଦା ହ୍ରାସ ହେତୁ ପ୍ରାୟ ୬,୬୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ଘୋଷଣା କରିଛି। ଡେଲ୍ର ସହ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ ଜେଫ୍ କ୍ଲାର୍କ ଦାବି କରିଛନ୍ତି ଯେ ଭବିଷ୍ୟତ ଅନିଶ୍ଚିତତା ସହ କମ୍ପାନୀ କଠିନ ବଜାର ସ୍ଥିତିର ସମ୍ମୁଖୀନ ହେଉଛି। ତେଣୁ କିଛି କର୍ମଚାରୀଙ୍କୁ ଛଟେଇ କରି ଖର୍ଚ୍ଚ କମାଇବାକୁ ଲକ୍ଷ ରଖିଛି କମ୍ପାନୀ । ବଜାର ଚାହିଦା କମୁଥିବାରୁ ବିଶ୍ୱର ବଡ ବଡ କମ୍ପାନୀମାନେ ହଜାର ହଜାର ଛଟେଇ କରୁଛନ୍ତି। ଯେଉଁଥି ପାଇଁ ଅନେକ ଭାରତୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ଏବଂ କରୋନା ମହାମାରୀ ଯୋଗୁ ବିଶ୍ୱ ବଜାରରେ ଏଭଳି ସ୍ଥିିତିି ଦେଖିବାକୁ ମିଳିଛି ।

Leave A Reply

Your email address will not be published.