ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆଜି ଆସିବ ୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟର ନିର୍ବାଚନ ଫଳାଫଳ

0

ନୂଆଦିଲ୍ଲୀ: ଆଜି ଗୁରୁବାର ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍‌ରେ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଗଣନା ସକାଳ ୮ଟା ବେଳେ ଆରମ୍ଭ ହୋଇଛି। ଏଥିସହ ୪ଟି ରାଜ୍ୟର ୫ଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ ମଧ୍ୟ ଗଣତି ହେବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏକଜିଟ୍ ପୋଲରେ ତ୍ରିପୁରାରେ ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରାଯାଇଛି।। ୩ଟିଯାକ ରାଜ୍ୟର ଭୋଟ୍‌ ଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ପ୍ରାୟ ୨୫,୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ତ୍ରିପୁରାରେ ୮୭.୭୬%, ନାଗାଲାଣ୍ଡ୍‌ରେ ୮୫.୯୦% ଏବଂ ମେଘାଳୟରେ ୮୫.୨୭% ମତଦାନ ରେକର୍ଡ କରାଯାଇଛି। ତିନିଟି ଯାକ ବିଧାନସଭାରେ ୬୦ ଲେଖାଏଁ ଆସନ ରହିଛି। ଫେବୃଆରୀ ୧୬ ତାରିଖରେ ତ୍ରିପୁରାରେ ମତଦାନ ହୋଇଥିଲା । ଏଠାରେ ପାଖାପାଖି ୯୦ ପ୍ରତିଶତ ଭୋଟିଂ ହୋଇଥିଲା । ୨୦୧୮ରେ ବିଜେପି ୨୫ ବର୍ଷର ବାମଦଳ ଶାସନର ପରିସମାପ୍ତି ଘଟାଇ ସରକାର ଗଠନ କରିଥିଲା ।

ବିଜେପି ଚଳିତଥର ୫୫ ଆସନରେ ଲଢ଼ିଥିବା ବେଳେ ବାମ ଦଳ ୪୭ ଆସନରେ ଲଢ଼ିଛି । ମେଘାଳୟରେ ପାଖାପାଖି ୮୫ ପ୍ରତିଶତ ଓ ନାଗାଲାଣ୍ଡରେ ପାଖାପାଖି ୭୬ ପ୍ରତିଶତ ଭୋଟିଂ ହୋଇଥିଲା । ଏହାଛଡ଼ା, କେତେଗୁଡ଼ିଏ ଆସନରେ ହୋଇଥିବା ଉପନିର୍ବାଚନ‌ର ଫଳାଫଳ ମଧ୍ୟ ଆଜି ପ୍ରକାଶ ପାଇବ। ସେ ଆସନଗୁଡ଼ିକ ହେଉଛି, ତାମିଲନାଡୁର ଏରୋଡ଼ (ପୂର୍ବ), ପଶ୍ଚିମବଙ୍ଗର ସାଗରଦିଘି, ଝାଡ଼ଖଣ୍ଡର ରାମଗଡ଼ ଏବଂ ମହାରାଷ୍ଟ୍ରର କସ୍‌ବା ପେଥ ଏବଂ ଚିନ୍‌ହ୍ବାଡ୍‌।

Leave A Reply

Your email address will not be published.