ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଆଜି ଆସିବ ୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟର ନିର୍ବାଚନ ଫଳାଫଳ

0

ନୂଆଦିଲ୍ଲୀ: ଆଜି ଗୁରୁବାର ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍‌ରେ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଗଣନା ସକାଳ ୮ଟା ବେଳେ ଆରମ୍ଭ ହୋଇଛି। ଏଥିସହ ୪ଟି ରାଜ୍ୟର ୫ଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ ମଧ୍ୟ ଗଣତି ହେବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏକଜିଟ୍ ପୋଲରେ ତ୍ରିପୁରାରେ ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରାଯାଇଛି।। ୩ଟିଯାକ ରାଜ୍ୟର ଭୋଟ୍‌ ଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ପ୍ରାୟ ୨୫,୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ତ୍ରିପୁରାରେ ୮୭.୭୬%, ନାଗାଲାଣ୍ଡ୍‌ରେ ୮୫.୯୦% ଏବଂ ମେଘାଳୟରେ ୮୫.୨୭% ମତଦାନ ରେକର୍ଡ କରାଯାଇଛି। ତିନିଟି ଯାକ ବିଧାନସଭାରେ ୬୦ ଲେଖାଏଁ ଆସନ ରହିଛି। ଫେବୃଆରୀ ୧୬ ତାରିଖରେ ତ୍ରିପୁରାରେ ମତଦାନ ହୋଇଥିଲା । ଏଠାରେ ପାଖାପାଖି ୯୦ ପ୍ରତିଶତ ଭୋଟିଂ ହୋଇଥିଲା । ୨୦୧୮ରେ ବିଜେପି ୨୫ ବର୍ଷର ବାମଦଳ ଶାସନର ପରିସମାପ୍ତି ଘଟାଇ ସରକାର ଗଠନ କରିଥିଲା ।

ବିଜେପି ଚଳିତଥର ୫୫ ଆସନରେ ଲଢ଼ିଥିବା ବେଳେ ବାମ ଦଳ ୪୭ ଆସନରେ ଲଢ଼ିଛି । ମେଘାଳୟରେ ପାଖାପାଖି ୮୫ ପ୍ରତିଶତ ଓ ନାଗାଲାଣ୍ଡରେ ପାଖାପାଖି ୭୬ ପ୍ରତିଶତ ଭୋଟିଂ ହୋଇଥିଲା । ଏହାଛଡ଼ା, କେତେଗୁଡ଼ିଏ ଆସନରେ ହୋଇଥିବା ଉପନିର୍ବାଚନ‌ର ଫଳାଫଳ ମଧ୍ୟ ଆଜି ପ୍ରକାଶ ପାଇବ। ସେ ଆସନଗୁଡ଼ିକ ହେଉଛି, ତାମିଲନାଡୁର ଏରୋଡ଼ (ପୂର୍ବ), ପଶ୍ଚିମବଙ୍ଗର ସାଗରଦିଘି, ଝାଡ଼ଖଣ୍ଡର ରାମଗଡ଼ ଏବଂ ମହାରାଷ୍ଟ୍ରର କସ୍‌ବା ପେଥ ଏବଂ ଚିନ୍‌ହ୍ବାଡ୍‌।

Leave A Reply

Your email address will not be published.