ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ

0

ଭୁବନେଶ୍ବର: ଗତ ରାତି ୧୧ଟା ୨୫ରେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି । ସେ ଲିଭର ସିରୋସିସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିବା କୁହାଯାଇଥିଲା। ଲିଭର ପ୍ରତିରୋପଣ ଆଶାରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା। କିନ୍ତୁ ଏଥିପାଇଁ ୫୦ ଲକ୍ଷ ଟଙ୍କା ଆବଶ୍ୟକ ଥିବାରୁ ତାଙ୍କର ଚିକିତ୍ସା ବିଳମ୍ବିତ ହୋଇ ଚାଲିଥିଲା।

ସୂଚନାଯୋଗ୍ୟ; ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କର ବୁଧବାର ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା। ରାତି ପ୍ରାୟ ୧୧ଟା ୨୫ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ଫେବ୍ରୁଆରି ୭ ତାରିଖରେ ପ୍ରଥମେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବାଇଲିଆରି ସାଇନ୍ସ (ଆଇଏଲବିଏସ୍)କୁ ନିଆଯାଇଥିଲା। କିନ୍ତୁ ସେଠାରେ ଲିଭର ଦାତା ନ ମିଳିବାରୁ ସେଠାରୁ ତାଙ୍କୁ ହାଇଦ୍ରାବାଦ ଅଣାଯାଇଥିଲା। ଓଲିଉଡ୍‌ର ଅନେକ କଳାକାର ତାଙ୍କୁ ସହାୟତା ଦେବା ପାଇଁ ଆଗକୁ ଆସିଥିଲେ ବି ମିଳିଥିବା ସହାୟତା ରାଶି ପର୍ଯ୍ୟାପ୍ତ ନଥିଲା। ପିଣ୍ଟୁ ନନ୍ଦଙ୍କର ପତ୍ନୀ ଓ ଦୁଇ ପୁଅ ଅଛନ୍ତି।

ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ପିଣ୍ଟୁ ଏସକେ ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଟେଲି ଫିଲ୍ମ ଜରିଆରେ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ ପିଣ୍ଟୁ । ୧୯୯୬ରେ ‘କୋଇଲି’ ଫିଲ୍ମ ଜରିଆରେ ପିଣ୍ଟୁ ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ସବୁ ଭୂମିକାରେ ଅଭିନୟ କରିଛନ୍ତି । ୫୦ରୁ ଅଧିକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ଓଡ଼ିଆ ଆଲବମ ‘ଏ ଗଉରା ଆଜିକାଲି କ’ଣ ଖାଉଚୁ’ ଓ ରାଣ୍ଡି ପୁଅ ଅନନ୍ତାରୁ ଲୋକଲୋଚନକୁ ଆସିଥିଲେ ପିଣ୍ଟୁ। କୋଇଲି ଚଳଚ୍ଚିତ୍ର ଜରିଆରେ ଓଲିଉଡରେ ପାଦ ଦେଇଥିବା ପିଣ୍ଟୁ ନନ୍ଦ ରଙ୍ଗ ନମ୍ବର, ପ୍ରେମ ଋତୁ ଆସିଲାରେ, ଦୋସ୍ତି, ହାତ ଧରି ଚାଲୁ ଥା ଭଳି ଅନେକ ଚଳଚ୍ଚିତ୍ରରେ ସଫଳତାର ସହ ଅଭିନୟ କରିଥିଲେ। ଓଡ଼ିଆ ଆଲବମ୍‌ ଗୀତରେ ଅଭିନୟ କରି ସେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲେ। ହେ ଗୌରା… ଗୀତରେ ଅଭିନୟ ପାଇଁ ତାଙ୍କୁ ଦର୍ଶକ ଏବେ ବି ମନେ ରଖନ୍ତି।

ସେହିପରି ଜୟ ଜଗନ୍ନାଥ ଚଳଚିତ୍ରରେ ବଳଭଦ୍ର ଭୂମିକାରେ ଅଭିନୟ କରି ଖୁବ୍ ପ୍ରଶଂସା ସାଉଂଟିଥିଲେ । ‘ମା’ ଗୋଜବାୟାଣୀ’, ‘ବାହୁଡିବେ ମୋ ଜଗାବଳିଆ’, ‘ସାଥୀରେ’, ‘ରଖିବ ଯଦି ସେ ମାରିବ କିଏ’, ‘ଓ ମାଇଁ ଲଭ୍’, ‘ରକତେ ଲେଖିଛି ନା’, କାଳୀଶଙ୍କର ଭଳି ଫିଲ୍ମରେ ନିଜ କଳାର ଯାଦୁ ଦେଖାଇଥିଲେ ପିଂଟୁ । ସେହିପରି ପିଣ୍ଟୁ ୨୦୦୬ରେ ‘ପ୍ରେମ ଋତୁ ଆସିଲାରେ’ ୨୦୧୧ରେ ‘ଦୋସ୍ତି’, ୨୦୧୩ରେ ‘ହାତ ଧରି ଚାଲୁଥା’, ୨୦୧୭ରେ ‘ରୁମକୁ ଝୁମାନା’, ୨୦୧୭ରେ ‘କଥା ଦେଲି ମଥା ଛୁଇଁ’ ଓ ୨୦୨୨ରେ ‘ରଙ୍ଗ ନମ୍ବର’ ଭଳି ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ୨୦୨୨ରେ ‘ରଙ୍ଗ ନମ୍ବର’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ । ଏଥିସହ ସେ ଓଡ଼ିଆ ଧାରାବାହିକ ‘ଶଙ୍ଖାସିନ୍ଦୁର’ରେ ମଧ୍ୟ ଅଭିନୟ କରିଥିଲେ । ‘ଗୃହଲକ୍ଷ୍ମୀ’ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ ପିଣ୍ଟୁ। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।

Leave A Reply

Your email address will not be published.