ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ପୁରୀ ସ୍ବର୍ଗଦ୍ବାରରେ ହେବ ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ

0

ଭୁବନେଶ୍ୱର: ପୁରୀ ସ୍ବର୍ଗଦ୍ବାରରେ ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର। ଗତକାଲି ରାତିରେ ହାଇଦ୍ରାବାଦରୁ ଭୁବନେଶ୍ବରରେ ପହଞ୍ଚିଥିଲା ମରଶରୀର।  ଆମ୍ବୁଲାନ୍ସ ଯୋଗେ ମରଶରୀରକୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ରାତିରେ ରଖାଯାଇଥିଲା। ଆଜି ସକାଳେ ମଧ୍ୟ ପିଣ୍ଟୁଙ୍କୁ ଶେଷ ଦର୍ଶନ କରିବା ପାଇଁ ଅନେକ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି।

ଆଜି ସକାଳେ କଳାରାହାଙ୍ଗ ବାସଭବନ ନିଆଯିବ ପାର୍ଥିବ ଶରୀର। ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବେ। ପରେ ଆଚାର୍ଯ୍ୟ ବିହାର ଠାରେ ଥିବା ତାଙ୍କର ଏକ ଚା ଖଟିକୁ ନିଆଯିବ। ସେଠାରୁ ସିଧା ଶେଷ କୃତ୍ୟ ପାଇଁ ତାଙ୍କୁ ପୁରୀ ସ୍ବର୍ଗଦ୍ବର ନିଆଯିବ।

ସୂଚନାଯୋଗ୍ୟ; ଗତ ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ହୋଇଥିଲା। ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ। ଫଳରେ ଚିକିତ୍ସାରେ ବିଳମ୍ବ ହୋଇଥିଲା। ଗତ କିଛିଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଲିଭର ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା

Leave A Reply

Your email address will not be published.