ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ନାରାୟଣପାଟଣାରେ ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ

0

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର, ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକରେ ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ଭୋର ୫.୦୫ ମିନିଟ୍ ସମୟରେ ଭୂମିକମ୍ପ ହୋଇଥିବା ବେଳେ ଲୋକେ ଭୟଭୀତ ହୋଇଯାଇଥିଲେ। ଏହି ଭୂମିକମ୍ପରେ ଶୋଇଥିବା ଖଟ ହଲିଯାଇଥିଲା । ଭୟଭୀତ ହୋଇ ଲୋକେ ଉଠିପଡ଼ି ବାହାରକୁ ଚାଲିଆସିଥିଲେ।

ସୂଚନାଯୋଗ୍ୟ; ଆଜି ଭୋର ୫ଟା ୫ ମିନିଟରେ ଲକ୍ଷ୍ମୀପୁର, ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଛତିଶଗଡ ଜଗଦଲପୁରଠାରୁ ୧୨୯ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସ୍ପଷ୍ଟ କରାଯାଇଛି ।ନାରାୟଣପାଟଣା ବନ୍ଧୁଗାଁ,ଲକ୍ଷ୍ମୀପୁର, କୋରାପୁଟର ବହୁ ଅଞ୍ଚଳରେ କିଛି ସମୟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ପ୍ରାୟ ୩ ସେକେଣ୍ଡ ପାଇଁ ଝରକା, କବାଟ ଦୋହଲିଥିବା ଜଣାଯାଇଛି। ସକାଳୁ ସକାଳୁ ଭୂମିକମ୍ପ ଅନୁଭୂତ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଭୂମିକମ୍ପରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ତେବେ ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Leave A Reply

Your email address will not be published.