ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସାର୍ ଗଙ୍ଗାରାମ ମେଡିକାଲରେ ସୋନିଆ

0

ନୂଆଦିଲ୍ଲୀ: ଜ୍ବରରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ‘ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏବେ ୭୬ ବର୍ଷୀୟ ସୋନିଆ ଗାନ୍ଧୀ ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ଅଛନ୍ତି ଓ ତାଙ୍କର ପରୀକ୍ଷାନିରୀକ୍ଷା ଚାଲିଛି। ସମ୍ପ୍ରତି ତାଙ୍କର ସ୍ବାସ୍ଥ୍ୟା ସ୍ଥିର ଅଛି ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି। ଗୁରୁବାର ଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ ‘ଚେଷ୍ଟ୍‌ ମେଡିସିନ୍‌’ ବିଭାଗର ବରିଷ୍ଠ କନ୍‌ସଲ୍‌ଟାଣ୍ଟ୍‌ ଡାକ୍ତର ଅରୂପ ବସୁ ଓ ତାଙ୍କ ଟିମ୍‌ଙ୍କ ତତ୍ତ୍ବାବଧାନରେ ଅଛନ୍ତି।

‘ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌’ର ଅଧ୍ୟକ୍ଷ ଡାକ୍ତର ଡି. ଏସ୍‌. ରାଣା କହିଛନ୍ତି, ଜ୍ବରରେ ପୀଡ଼ିତ ହେବାରୁ ୨୦୨୩ ମାର୍ଚ ୨ ତାରିଖ ଦିନ ‘ଉପା’ର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ‘ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇ ଚେଷ୍ଟ୍‌ ମେଡିସିନ୍‌ ବିଭାଗର ବରିଷ୍ଠ କନ୍‌ସଲ୍‌ଟାଣ୍ଟ୍‌ ଡାକ୍ତର ଅରୂପ ବସୁ ଓ ତାଙ୍କ ଟିମ୍‌ଙ୍କ ତତ୍ତ୍ବାବଧାନରେ ଛଡ଼ାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖାଯିବା ସହିତ ପରୀକ୍ଷାନିରୀକ୍ଷା ଚାଲିଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।

Leave A Reply

Your email address will not be published.