ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ସାର୍ ଗଙ୍ଗାରାମ ମେଡିକାଲରେ ସୋନିଆ

0

ନୂଆଦିଲ୍ଲୀ: ଜ୍ବରରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ‘ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏବେ ୭୬ ବର୍ଷୀୟ ସୋନିଆ ଗାନ୍ଧୀ ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ଅଛନ୍ତି ଓ ତାଙ୍କର ପରୀକ୍ଷାନିରୀକ୍ଷା ଚାଲିଛି। ସମ୍ପ୍ରତି ତାଙ୍କର ସ୍ବାସ୍ଥ୍ୟା ସ୍ଥିର ଅଛି ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି। ଗୁରୁବାର ଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ ‘ଚେଷ୍ଟ୍‌ ମେଡିସିନ୍‌’ ବିଭାଗର ବରିଷ୍ଠ କନ୍‌ସଲ୍‌ଟାଣ୍ଟ୍‌ ଡାକ୍ତର ଅରୂପ ବସୁ ଓ ତାଙ୍କ ଟିମ୍‌ଙ୍କ ତତ୍ତ୍ବାବଧାନରେ ଅଛନ୍ତି।

‘ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌’ର ଅଧ୍ୟକ୍ଷ ଡାକ୍ତର ଡି. ଏସ୍‌. ରାଣା କହିଛନ୍ତି, ଜ୍ବରରେ ପୀଡ଼ିତ ହେବାରୁ ୨୦୨୩ ମାର୍ଚ ୨ ତାରିଖ ଦିନ ‘ଉପା’ର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ‘ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇ ଚେଷ୍ଟ୍‌ ମେଡିସିନ୍‌ ବିଭାଗର ବରିଷ୍ଠ କନ୍‌ସଲ୍‌ଟାଣ୍ଟ୍‌ ଡାକ୍ତର ଅରୂପ ବସୁ ଓ ତାଙ୍କ ଟିମ୍‌ଙ୍କ ତତ୍ତ୍ବାବଧାନରେ ଛଡ଼ାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖାଯିବା ସହିତ ପରୀକ୍ଷାନିରୀକ୍ଷା ଚାଲିଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।

Leave A Reply

Your email address will not be published.