ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କେବିକେ ଭବାନୀପାଟଣାର କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ। ଆୟବହିର୍ଭୂି ସଂପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ କରିଛି। ୪ଜଣ ଡିଏସପି, ୧୦ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଉଛି।

ସୂଚନାନୁସାରେ; ଭିଜିଲାନ୍ସ ଟିମ୍ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘରେ ଚଢ଼ାଉ କରିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ ସ୍ଥାନରେ ଛାନଭିନ ଚାଲିଛି । ଏଥିରେ ୪ ଜଣିଆ ଡ଼ିଏସପିଙ୍କ ନେତୃତ୍ୱରେ ୯ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଭିଜିଲାନ୍ସ ଚଢ଼ାଉରେ ସାମିଲ ହୋଇଛନ୍ତି ।ଭୁବନେଶ୍ୱର, ଅନୁଗୁଳ ଆଦି ବିଭିନ୍ନ ସ୍ଥାନରେ ତାଙ୍କର ଅମାପ ସମ୍ପତ୍ତି ଥିବା ଜଣାପଡିଛି।

ଏହାଛଡା ଭୁବନେଶ୍ୱରର ରସୁଲଗଡରେ ଥିବା ବୈଷ୍ଣୋ ମୋନାର୍କ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୩୦୧, ଖାରବେଳନଗରର ବୈଷ୍ଣୋ ରିଜେନ୍ସିର ଫ୍ଲାଟ ନମ୍ବର ୧, ସହିଦନଗରରେ ଥିବା ଇମ୍ପେରିଆ ଆପାର୍ଟମେଣ୍ଟର ପ୍ରଥମ ମହଲାର ଫ୍ଲାଟ ନମ୍ବର ୧୦୧, ଅନୁଗୁଳ ଜିଲ୍ଲା ତୁରଙ୍ଗାରେ ଥିବା ଏକ ଦୁଇମହଲା ଘର, ଖିଲାରରେ ଏକ ପ୍ଲଟ୍ ଓ ପୈତୃକ ଗ୍ରାମ ବନ୍ତଳରେ ଥିବା ଘର, ଭବାନୀପାଟଣାରେ ଥିବା ସରକାରୀ କ୍ବାର୍ଟର ଓ କାର୍ଯ୍ୟାଳୟରେ ଚଢାଉ ଚାଲିଛି ।

Leave A Reply

Your email address will not be published.