ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ତେଲ ଡିପୋରେ ଭୟାବହ ଅଗ୍ନିକାଣ୍ଡ

0

ଜାକର୍ତା; ଇଣ୍ଡେନେସିଆ ରାଜଧାନୀ ଜାକର୍ତାରେ ଥିବା ଏକ ତେଲ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ଭୟାବହତା ଅଧିକ ଥିବା ବେଳେ ନିଆଁକୁ ଆୟତ କରିବା ସମ୍ଭବ ହୋଇପାରିନଥିଲା । ଅଗ୍ନିକାଣ୍ଡରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣରୁ ଅଧିକ ଶିଶୁ ରହିଛନ୍ତି ।

ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିବା ବେଳେ ଆଖପାଖରେ ବହୁ ଘର ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁକୁ ଆୟତ କରିବାରେ ୨୬୦ ଅଗ୍ନିଶମ କର୍ମଚାରୀ ଓ ୫୨ଟି ଦମକଳ ବାହିନୀ ନିଆଁକୁ ଆୟତ କରୁଛନ୍ତି । ତେବେ ବର୍ଷା ବଜ୍ରପାତ ସମୟରେ ଭୁଷୁଡି ପଡ଼ିଥିବା ପାଇପ୍ ଲାଇନ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ସମୟରେ ସେଠାରେ ଏକ ବଡ ଧରଣରର ବିସ୍ଫୋରଣ ଘଟିଥିଲା । ଏବେ ବି ବହୁ ଲୋକ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.