କାଲିଫର୍ଣ୍ଣିଆ; ଆମେରିକାର କାଲିଫର୍ଣ୍ଣିଆରେ ବରଫ ଝଡ ଯୋଗୁଁ ୧୩ ସହର ପ୍ରଭାବିତ ହୋଇଛି । ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବହୁ ଲୋକ ନିଖୋଜ ହୋଇଯାଇଛନ୍ତି । ଝଡ ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଏବେ ସୁଦ୍ଧା ୧ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଲାଣି । ଝଡ ଯୋଗୁ ୭୦ହଜାରରୁ ଅଧିକ ଘରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଆଗକୁ ଦୁଇ ଦିନ ପର୍ଯ୍ୟନ୍ତ ବରଫପାତ ହେବାର ଅନୁମାନ କରାଯାଉଥିବା ବେଳେ ଲୋକଙ୍କୁ ସତର୍କ କରିଦିଆଯାଇଛି । ସ୍ଥାନୀୟ ଅଂଚଳ ଗୁଡିକରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି।
ପ୍ରମୁଖ ଖବର
ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ