ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

କାଲିଫର୍ଣ୍ଣିଆରେ ବରଫ ଝଡ

0

କାଲିଫର୍ଣ୍ଣିଆ; ଆମେରିକାର କାଲିଫର୍ଣ୍ଣିଆରେ ବରଫ ଝଡ ଯୋଗୁଁ ୧୩ ସହର ପ୍ରଭାବିତ ହୋଇଛି । ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବହୁ ଲୋକ ନିଖୋଜ ହୋଇଯାଇଛନ୍ତି । ଝଡ ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଏବେ ସୁଦ୍ଧା ୧ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଲାଣି । ଝଡ ଯୋଗୁ ୭୦ହଜାରରୁ ଅଧିକ ଘରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଆଗକୁ ଦୁଇ ଦିନ ପର୍ଯ୍ୟନ୍ତ ବରଫପାତ ହେବାର ଅନୁମାନ କରାଯାଉଥିବା ବେଳେ ଲୋକଙ୍କୁ ସତର୍କ କରିଦିଆଯାଇଛି । ସ୍ଥାନୀୟ ଅଂଚଳ ଗୁଡିକରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

Leave A Reply

Your email address will not be published.