ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ତେଲ ଡିପୋରେ ଭୟାବହ ଅଗ୍ନିକାଣ୍ଡ

0

ଜାକର୍ତା; ଇଣ୍ଡେନେସିଆ ରାଜଧାନୀ ଜାକର୍ତାରେ ଥିବା ଏକ ତେଲ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ଭୟାବହତା ଅଧିକ ଥିବା ବେଳେ ନିଆଁକୁ ଆୟତ କରିବା ସମ୍ଭବ ହୋଇପାରିନଥିଲା । ଅଗ୍ନିକାଣ୍ଡରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣରୁ ଅଧିକ ଶିଶୁ ରହିଛନ୍ତି ।

ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିବା ବେଳେ ଆଖପାଖରେ ବହୁ ଘର ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁକୁ ଆୟତ କରିବାରେ ୨୬୦ ଅଗ୍ନିଶମ କର୍ମଚାରୀ ଓ ୫୨ଟି ଦମକଳ ବାହିନୀ ନିଆଁକୁ ଆୟତ କରୁଛନ୍ତି । ତେବେ ବର୍ଷା ବଜ୍ରପାତ ସମୟରେ ଭୁଷୁଡି ପଡ଼ିଥିବା ପାଇପ୍ ଲାଇନ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ସମୟରେ ସେଠାରେ ଏକ ବଡ ଧରଣରର ବିସ୍ଫୋରଣ ଘଟିଥିଲା । ଏବେ ବି ବହୁ ଲୋକ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.