ପ୍ରମୁଖ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଯୁକ୍ତ ୨ କଳା ଓ ଅନ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ ଜୁନ ମାସ ୮ ତାରିଖ ପରେ ବାହାରିବାର ସମ୍ଭାବନା ରହିଛି
ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା, ନବଦିନାତ୍ମକ ଯାତ୍ରା ପାଇଁ ସଜାଗ କମିଶନରେଟ୍ ପୋଲିସ
ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର
ଜୁନ୍‌ ପହିଲାରୁ କର୍ଣ୍ଣାଟକରେ ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା
ଆସନ୍ତାକାଲି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣଦର୍ଶନ
ପ୍ରଥମଥର ପାଇଁ ଓଡିଶା ତରଫରୁ ଆୟୋଜନ କରାଯାଉଛି ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିକେଟ ଦେଲେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ
ଶ୍ରୀମନ୍ଦିରରେ ବ୍ୟବହାର ହେବ ସାତ୍ୱିକ ରେଶମ ବସ୍ତ୍ର: ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରଣାଳୀ
ରଦ୍ଦ ହୋଇପାରେ ୧୫୦ଟି ମେଡିକାଲ କଲେଜର ମାନ୍ୟତା, ଏନଏମସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଦୁଇ ଅଧିକାରୀ

0

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଦୁଇ ଅଧିକାରୀ। ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଓ କଳାହାଣ୍ଡି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ କେବିକେ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଏବେ ଜେଲରେ। ତେବେ ଉମେଶ ଜେନାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ୬ ତାରିଖରେ କେସ ଡାଏରି ଦାଖଲ ପରେ କୋର୍ଟ ଜାମିନ ଆବେଦନର ଶୁଣାଣି କରିବେ। ଶରୀର ଅସୁସ୍ଥତା କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ କୋର୍ଟରେ ଆବେଦନ କରିଛନ୍ତି ଓକିଲ। ଉମେଶ ଜେନା ବର୍ତ୍ତମାନ ଝାରପଡା ଜେଲରେ ରହିବେ।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବରସ୍ଥିତ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ କେନ୍ଦୁଝର ଜିଲ୍ଲା ଶିରୀଷପାଳ ଗ୍ରାମର ପୈତୃକ ଘର, ଘସିପୁରା ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘର, କେନ୍ଦୁଝର ଗହ୍ମାରିଆରେ ଥିବା ଘର ସମେତ ଭୁବନେଶ୍ବରର ୫ଟି ସ୍ଥାନରେ ଶୁକ୍ରବାର ଦିନସାରା ଭିଜିଲାନ୍ସ ଚଢ଼ଉ କରିଥିଲା। ଚାଢ଼ଉ ସମୟରେ ନଗଦ ଏକ କୋଟି ୬୪ ଲକ୍ଷ ଟଙ୍କା, ୬୫୦ ଗ୍ରାମ ସୁନା, ଅନେକ ଗୁଡ଼ିଏ ପ୍ଲଟ,  ଗୋଟିଏ ‌କାର୍‌, ଦୁଇଟି ବାଇକ୍‌ ଠାବ ଇତ୍ୟାଦି ଭିଜିଲାନ୍ସ ଠାବ କରିଥିଲା। ସେହିପରି, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ବୀମା ଏବଂ ଜମାରାଶିର ଯାଞ୍ଚ୍‌ କରାଯାଇଥିଲା। ଏହି ଚଢ଼ଉରେ ୧୦ଜଣ ଡିଏସ୍‌ପି ଏବଂ ୭ଜଣ ଇନ୍‌ସପେକ୍ଟର ସାମିଲ ଥିଲେ।

ସେହିପରି କେବିକେ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଭବାନୀପାଟଣାସ୍ଥିତ ଅଫିସ୍‌, ସରକାରୀ ବାସଭବନ, ଖୋର୍ଦ୍ଧା ଓ ଅନୁଗୁଳର ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭୁବନେଶ୍ବର ସହିଦ ନଗରସ୍ଥିତ ଇମ୍ପେରିଆ ଆପାର୍ଟମେଣ୍ଟ ପ୍ରଥମ ମହଲାର ଥ୍ରି ବିଏଚ୍‌କେ ଫ୍ଲାଟ ନମ୍ବର–୧୦୧, ଭୁବନେଶ୍ବର ଖାରବେଳ ନଗର ବୈଷ୍ଣୋ ରିଜେନ୍ସିର ପ୍ରଥମ ମହଲାର ୨ ବିଏଚ୍‌କେ ଫ୍ଲାଟ ନମ୍ବର–୧, ରସୁଲଗଡ଼ ବୈଷ୍ଣୋ ମୋନାର୍କ ଆପାର୍ଟମେଣ୍ଟ ୨–ବିଏଚ୍‌କେ ଫ୍ଲାଟ ନମ୍ବର–୩୦୧, ଅନୁଗୁଳରେ ତୁରଙ୍ଗ ମୌଜା ଖାତା ନମ୍ବର–୧୫୩, ପ୍ଲଟ ନମ୍ବର–୧/୬୮୨ ଠାରେ ୨ ମହଲା ନିର୍ମାଣାଧୀନ କୋଠା, ଅନୁଗୁଳର ଖିଲାର ମୈାଜା ପ୍ଲଟ ନମ୍ବର ୧୬୯/ଖାତା ନମ୍ବର ୩୮୨, ପ୍ଲଟ ନମ୍ବର–୧୬୯/୪୯୨୭ ଖାତା ନମ୍ବର ୬୪୯/ ୪୮୬ ଗୋଟିଏ ପ୍ଲଟ ଶ୍ରୀ ପ୍ରଧାନଙ୍କ ଥିବା ଚଢ଼ଉ ବେଳେ ଜଣାପଡ଼ିଛି।

ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ବନ୍ତଳସ୍ଥିତ ପୈତୃକ ଘର, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଏମ୍‌ଆଇ କଲୋନି ସରକାରୀ ବାସଭବନ, କେବିକେ ଏମ୍‌ଆଇ ସର୍କଲ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗରେ ଚଢ଼ଉ ହୋଇଥିଲା। ଏଥି ନିମନ୍ତେ ୮ଟି ଟିମ ଗଠନ କରାଯାଇ ୪ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା।

Leave A Reply

Your email address will not be published.