ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଥଣ୍ଡା, ଜ୍ୱର,କାଶ ପାଇଁ ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ; ଏବେ ଦେଶର ବିଭିନ୍ନ ଭାଗରେ ପ୍ରାୟ ସମସ୍ତଙ୍କୁ ଲାଗି ରହିଛି ଥଣ୍ଡା, ଜ୍ୱର,କାଶ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏସବୁ ଭିତରେ ଆଜି କେନ୍ଦ୍ର ସରକାର ସତର୍କ ସୂଚନା ବା ଆଡଭାଇଜରୀ ଜାରି କରିଛନ୍ତି। ଆଇସିଏମଆର କହିଛି ଯେ ସମଗ୍ର ଦେଶରେ ଏବେ ଜ୍ୱର ଓ ଫ୍ଲୁ ମାମଲାର ବଢ଼ିବାରେ ଲାଗିଛି। ଇନଫ୍ଲୁଏଞ୍ଜା ଏ ସବଟାଇପ ଏଚ୩ଏନ୨ ଭାଇରସ ଯୋଗୁ ଏପରି ଘଟଣା ସାମ୍ନାକୁ ଆସୁଛି।

ଆଇସିଏମଆର କହିଛି ଯଦିଓ ଏହି ଭାଇରସ ଘାତକ ନୁହେଁ ତଥାପି ସର୍ତକ ରହିବା ଜରୁରୀ । ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଡାକ୍ତରଖାନାରେ ଭର୍ତି ହେବା ଆବଶ୍ୟକ । ହାତକୁ ଭଲଭାବରେ ସଫା କରିବା, ମାସ୍କ ପିନ୍ଧି ଗହଳି ସ୍ଥାନକୁ ଯିବା, କାଶ ଛିଙ୍କ ବେଳେ ମୁହଁ ଘୋଡାଇ ରଖିବା, ପ୍ରଚୁର ପରିମାଣରେ ପାଣି ପିଇବା, ଆଖି ନାକକୁ ଛୁଇଁବାନି, ହାତ ମିଳାଇବାକୁ ବାରଣ କରାଯାଇଛି ।

ଗତ ଦୁଇମାସ ହେବ ଲୋକଙ୍କ ନିକଟରେ ଏଭଳି ଲକ୍ଷଣ ପ୍ରକାଶ ପାଉଛି । ଯଦିଓ କରୋନା ମହାମାରୀ ସଙ୍କଟ କମ ହୋଇଛି ତଥାପି ଲଗାତାର ଶରୀରରେ ଥଣ୍ଡା, ଜର କାଶ ରହୁଥିବା ଯୋଗୁଁ ଲୋକମାନେ ଭୟଭୀତ ରହୁଛନ୍ତି । ଅନ୍ୟ ସବ ଟାଇପ ଅପେକ୍ଷା ଏଚ୩ଏନ୨ ଭାଇରସ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ ମତରେ ବିଗତ ୨ରୁ ୩ ମାସ ହେଲାଣି ଏଚ୩ଏନ୨ ଭାଇରସ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି।

Leave A Reply

Your email address will not be published.