ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଥଣ୍ଡା, ଜ୍ୱର,କାଶ ପାଇଁ ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ; ଏବେ ଦେଶର ବିଭିନ୍ନ ଭାଗରେ ପ୍ରାୟ ସମସ୍ତଙ୍କୁ ଲାଗି ରହିଛି ଥଣ୍ଡା, ଜ୍ୱର,କାଶ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏସବୁ ଭିତରେ ଆଜି କେନ୍ଦ୍ର ସରକାର ସତର୍କ ସୂଚନା ବା ଆଡଭାଇଜରୀ ଜାରି କରିଛନ୍ତି। ଆଇସିଏମଆର କହିଛି ଯେ ସମଗ୍ର ଦେଶରେ ଏବେ ଜ୍ୱର ଓ ଫ୍ଲୁ ମାମଲାର ବଢ଼ିବାରେ ଲାଗିଛି। ଇନଫ୍ଲୁଏଞ୍ଜା ଏ ସବଟାଇପ ଏଚ୩ଏନ୨ ଭାଇରସ ଯୋଗୁ ଏପରି ଘଟଣା ସାମ୍ନାକୁ ଆସୁଛି।

ଆଇସିଏମଆର କହିଛି ଯଦିଓ ଏହି ଭାଇରସ ଘାତକ ନୁହେଁ ତଥାପି ସର୍ତକ ରହିବା ଜରୁରୀ । ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଡାକ୍ତରଖାନାରେ ଭର୍ତି ହେବା ଆବଶ୍ୟକ । ହାତକୁ ଭଲଭାବରେ ସଫା କରିବା, ମାସ୍କ ପିନ୍ଧି ଗହଳି ସ୍ଥାନକୁ ଯିବା, କାଶ ଛିଙ୍କ ବେଳେ ମୁହଁ ଘୋଡାଇ ରଖିବା, ପ୍ରଚୁର ପରିମାଣରେ ପାଣି ପିଇବା, ଆଖି ନାକକୁ ଛୁଇଁବାନି, ହାତ ମିଳାଇବାକୁ ବାରଣ କରାଯାଇଛି ।

ଗତ ଦୁଇମାସ ହେବ ଲୋକଙ୍କ ନିକଟରେ ଏଭଳି ଲକ୍ଷଣ ପ୍ରକାଶ ପାଉଛି । ଯଦିଓ କରୋନା ମହାମାରୀ ସଙ୍କଟ କମ ହୋଇଛି ତଥାପି ଲଗାତାର ଶରୀରରେ ଥଣ୍ଡା, ଜର କାଶ ରହୁଥିବା ଯୋଗୁଁ ଲୋକମାନେ ଭୟଭୀତ ରହୁଛନ୍ତି । ଅନ୍ୟ ସବ ଟାଇପ ଅପେକ୍ଷା ଏଚ୩ଏନ୨ ଭାଇରସ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ ମତରେ ବିଗତ ୨ରୁ ୩ ମାସ ହେଲାଣି ଏଚ୩ଏନ୨ ଭାଇରସ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି।

Leave A Reply

Your email address will not be published.