ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଢାକାରେ ଭୟଙ୍କର ବିସ୍ଫୋରଣ ଘଟି ୧୪ ମୃତ୍ୟୁ, ୧୦୦ରୁ ଅଧିକ ଆହତ

0

ଢାକା: ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ବିସ୍ଫୋରଣ ଘଟି ୧୪ ଜଣଙ୍କ ଜୀବନ ଯାଇଥିଲାବେଳେ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି।ଆହତଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନାନୁସାରେ; ବାଂଲାଦେଶର ଢାକା ଅନ୍ତର୍ଗତ ଗୁଲିସ୍ତାନର ଥିବା ଗୋଟିଏ ବହୁତଳ ବିଶିଷ୍ଟ କୋଠାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଅପରାହ୍ନ ୪ଟା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ବାଂଲାଦେଶର ଜନଗହଳିପୂର୍ଣ୍ଣ ସ୍ଥାନ କୁହାଯାଉଥିବା ସିଦ୍ଦିକି ବଜାରରେ ରହିଛି ଏହି ବିଲ୍ଡିଂ । ଏହି ବିଲ୍ଡିଂରେ ବହୁତ ଅଫିସ ରହିଛି । ଘଟଣାସ୍ଥଳରେ ୫ଟି ଦମକଳ ବାହିନୀ ପହଞ୍ଚିଛନ୍ତି । ଏହି ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା ଯେ, ପାଖରେ ଠିଆ ହୋଇଥିବା ଏକ ବସ୍ ବି ସମ୍ପୂର୍ଣ୍ଣ ପୋଡି ଯାଇଛି ।

ଏହି ସ୍ଥାନରେ ପ୍ରବଳ ଭିଡ଼ ଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବଳିମ୍ବ ହେଉଛି। ତଥାପି ଉଦ୍ଧରକାରୀ ଦଳ ଲୋକଙ୍କୁ ଧ୍ୱଂସ ପାଇଥିବା କୋଠା ଓ ଦୋକାନ ଭିତରୁ ବାହାର କରି ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି।

Leave A Reply

Your email address will not be published.