ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ମାଟ୍ରିକ ଡ୍ରପଆଉଟ ପିଲାଙ୍କ ପାଇଁ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା

0

ଭୁବନେଶ୍ୱର: ମାଟ୍ରିକ ଡ୍ରପଆଉଟ ପିଲାଙ୍କ ପାଇଁ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା । ୧୩ ହଜାର ୫୮ ପିଲା ଫର୍ମ ଫିଲଅପ କରି ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି । ସେମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା କରାଯିବା ନେଇ ଗୃହରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ରଖିଛନ୍ତି । ତେବେ ୨୦୨୧-୨୨ ରେ ୪୫ ହଜାର ପିଲା ମାଟ୍ରିକ ଦେଇ ନଥିଲେ । ବର୍ତମାନ ଏହି ସଂଖ୍ୟା କମିଛି ବୋଲି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ, ପରୀକ୍ଷା ଦେଉନଥିବା ପିଲାଙ୍କୁ ଚିହ୍ନଟ କରାଯିବ । ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା କରାଯିବ । ଆଉ ସେମାନଙ୍କୁ ପରୀକ୍ଷା ଦେବାକୁ ଉତ୍ସାହିତ କରାଯିବ ।

Leave A Reply

Your email address will not be published.