ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଏସସିଓ ସମ୍ମିଳନୀ ରେ ଯୋଗଦେବାକୁ ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

0

ନୂଆଦିଲ୍ଲୀ: ଆସନ୍ତା ମାସରେ ଦିଲ୍ଲୀରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ଯୋଗଦେବାକୁ ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବାକୁ ଭାରତ ସରକାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଅସିଫ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସ୍‌ଏ)ଙ୍କୁ ନିମନ୍ତ୍ରଣ ପତ୍ର ପଠାଇଛନ୍ତି। ଭାରତ ସରକାରଙ୍କ ନିମନ୍ତ୍ରଣପତ୍ରକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଅସିଫ ଗ୍ରହଣ ମଧ୍ୟ କରିଥିବା ଜଣାପଡ଼ିଛି।

ଏସସିଓରେ ଭାରତ, ପାକିସ୍ତାନ, ଚୀନ, କାଜାଖସ୍ତାନ, କିର୍ଗିଜସ୍ତାନ, ରୁଷିଆ, ତାଜିକିସ୍ତାନ ଓ ଉଜବେକିସ୍ତାନ ରହିଛନ୍ତି । ଏହି ବୈଠକ ପାଇଁ ଭାରତର ମନ୍ତ୍ରୀମାନେ ନିଜ ନିଜର ପ୍ରତିପକ୍ଷମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହା ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ତାଙ୍କ ପ୍ରତିପକ୍ଷଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି କ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନ୍ୟ ସଦସ୍ୟ ଦେଶର ବୈଦେଶିକମନ୍ତ୍ରୀଙ୍କ  ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ କରାଯାଇଛି ।

ଭାରତ ବର୍ତ୍ତମାନ ଏସସିଓର ଅଧ୍ୟକ୍ଷତା କରୁଛି। ତେଣୁ ଦେଶରେ ଏସ୍‌ସିଓର ଏକାଧିକ ବୈଠକ ଆୟୋଜନ କରାଯାଉଛି ଓ ଆଗକୁ ମଧ୍ୟ ଅନୁଷ୍ଠିତ ହେବ। ଚାଇନା, ଭାରତ, କାଜଖସ୍ତାନ, କିରଗିସ୍ତାନ, ରୁଷ, ପାକିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନକୁ ନେଇ ଏସ୍‌ସିଓ ଗଠିତ। ଭାରତ ଯେହେତୁ ଏସ୍‌ସିଓର ଅଧ୍ୟକ୍ଷତା କରୁଛି, ଏହିକ୍ରମରେ ଭାରତ ସରକାର ଏସସିଓର ସବୁ ଦେଶର ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ବୈଠକ ପାଇଁ ନମନ୍ତ୍ରଣ କରୁଛନ୍ତି।

ସୂଚନାଯୋଗ୍ୟ; ସାଂଘାଇ ସହଯୋଗ ସଂଗଠନ (ଏସସିଓ) ୧୯୯୬ ମସିହା ଏପ୍ରିଲ ୨୬ ତାରିଖରେ ସ୍ଥାପିତ ହୋଇଥିଲା । ଏସସିଓରେ ଭାରତ, ପାକିସ୍ତାନ, ଚୀନ, କାଜାଖସ୍ତାନ, କିର୍ଗିଜସ୍ତାନ, ରୁଷିଆ, ତାଜିକିସ୍ତାନ ଓ ଉଜବେକିସ୍ତାନ ରହିଛନ୍ତି । ପ୍ରତିବର୍ଷ ଏହାର ବୈଠକ ଅନୁଷ୍ଠିତ ହୋଇଥାଏ ଏବଂ ଚଳିତ ବର୍ଷ ଏସସିଓର ଅଧ୍ୟକ୍ଷତା ଭାରତ କରୁଛି ।

Leave A Reply

Your email address will not be published.