ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ବାଚଷ୍ପତିଙ୍କ ରୁଲିଂ ପରେ ଆସନ୍ତାକାଲି ଉତ୍ତର ଦେବେ ପରିବହନ ମନ୍ତ୍ରୀ

0

ଭୁବନେଶ୍ୱର: ଡ୍ରାଇଭର ସଂଘଙ୍କ ଆନ୍ଦୋଳନ ଯୋଗୁ ଲୋକେ ହଇରାଣ ହେଉଛନ୍ତି । ଶୂନ୍ୟକାଳରେ ବିରୋଧୀ ଗୃହରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବିରେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ଯାହାଯୋଗୁ ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସରକାରଙ୍କ ପ୍ରତି ରୁଲିଂ ଦେଇ କହିଥିଲେ ଡ୍ରାଇଭର ସଂଘ ସହ ସରକାର ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତି । ଏହି ପରିପ୍ରକ୍ଷୀରେ ଆସନ୍ତାକାଲି ଗୃହରେ ପରିବହନ ମନ୍ତ୍ରୀ ବିବୃତି ରଖିବେ ।

ଗତକାଲିଠୁ ଡ୍ରାଇଭର ମହାସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ନାଁରେ ଦାଦାଗିରି କରୁଛି । ଫଳରେ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି । ଜୋର ଜବରଦସ୍ତି ଗାଡ଼ି ଅଟକାଇ ଆନ୍ଦୋଳନରେ ସାମିଲ ହେବାକୁ ଡ୍ରାଇଭରଙ୍କୁ ଧମକ୍ ଦେଉଥିବାରୁ ସମସ୍ତେ ଡ୍ରାଇଭର ସଂଘର ଆନ୍ଦୋଳନକୁ ନିନ୍ଦା କରିଛନ୍ତି ।

Leave A Reply

Your email address will not be published.