ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ବାଚଷ୍ପତିଙ୍କ ରୁଲିଂ ପରେ ଆସନ୍ତାକାଲି ଉତ୍ତର ଦେବେ ପରିବହନ ମନ୍ତ୍ରୀ

0

ଭୁବନେଶ୍ୱର: ଡ୍ରାଇଭର ସଂଘଙ୍କ ଆନ୍ଦୋଳନ ଯୋଗୁ ଲୋକେ ହଇରାଣ ହେଉଛନ୍ତି । ଶୂନ୍ୟକାଳରେ ବିରୋଧୀ ଗୃହରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବିରେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ଯାହାଯୋଗୁ ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସରକାରଙ୍କ ପ୍ରତି ରୁଲିଂ ଦେଇ କହିଥିଲେ ଡ୍ରାଇଭର ସଂଘ ସହ ସରକାର ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତି । ଏହି ପରିପ୍ରକ୍ଷୀରେ ଆସନ୍ତାକାଲି ଗୃହରେ ପରିବହନ ମନ୍ତ୍ରୀ ବିବୃତି ରଖିବେ ।

ଗତକାଲିଠୁ ଡ୍ରାଇଭର ମହାସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ନାଁରେ ଦାଦାଗିରି କରୁଛି । ଫଳରେ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି । ଜୋର ଜବରଦସ୍ତି ଗାଡ଼ି ଅଟକାଇ ଆନ୍ଦୋଳନରେ ସାମିଲ ହେବାକୁ ଡ୍ରାଇଭରଙ୍କୁ ଧମକ୍ ଦେଉଥିବାରୁ ସମସ୍ତେ ଡ୍ରାଇଭର ସଂଘର ଆନ୍ଦୋଳନକୁ ନିନ୍ଦା କରିଛନ୍ତି ।

Leave A Reply

Your email address will not be published.