ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଏନ୍‌ସେଫାଲୋସେଲେସ୍ ସମସ୍ୟାରେ ପୀଡ଼ିତ ଥିବା ୪ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କଲେ ସମ୍ ସର୍ଜନ୍‌

0

ଭୁବନେଶ୍ୱର , ୧୬/ ୦୩ : ଏକ ଚାରି ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନ୍ । ୪ ବର୍ଷର ଶିଶୁଟିର ଏକ ଜନ୍ମଗତ ତ୍ରୁଟି ଯୋଗୁଁ ମସ୍ତିଷ୍କର କିଛି ଅଂଶ ନାଶାରନ୍ଧ୍ରରେ ପ୍ରବେଶ କରିଥିଲା । ଏହା ଫଳରେ ଶିଶୁଟି କେବଳ ବାମ ନାକ ବା ପାଟିରେ ନିଶ୍ୱାସ ନେଉଥିଲା ଏବଂ ବାରମ୍ବାର ବାନ୍ତି ହେବା ସହ ଗନ୍ଧ ମଧ୍ୟ ବାରି ପାରୁନଥିଲା । ଏହି ସବୁ ସମସ୍ୟା ନେଇ ଶିଶୁଟିର ପରିବାର ତାକୁ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆଣିଥିଲେ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ।

ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଶିଶୁଟିର ମସ୍ତିଷ୍କରୁ ନାକକୁ ଆସିଥିବା ରାସ୍ତାରେ ଏକ ଛିଦ୍ର ରହିଥିଲା ଓ ମସ୍ତିଷ୍କର କିଛି ଅଂଶ ତଳକୁ ଚାଲିଆସି ବାହାରକୁ ଦେଖାଯାଉଥିଲା ବୋଲି ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଭାବେ କାର୍ଯ୍ୟରତ ପ୍ରଫେସର (ଡାକ୍ତର) ମହାପାତ୍ର କହିଛନ୍ତି । ଏଭଳି ସମସ୍ୟା ଖୁବ୍ ବିରଳ ଓ ପ୍ରାୟ ୩ ଲକ୍ଷରେ ଜଣେ ଶିଶୁଙ୍କ ଠାରେ ଏହି ଜନ୍ମଗତ ସମସ୍ୟା ଦେଖାଦେଇଥାଏ । ଗତ ୫୨ ବର୍ଷ ମଧ୍ୟରେ ଏମ୍‌ସ ନୂଆଦିଲ୍ଲୀରେ ଏଭଳି ପ୍ରାୟ ୧୪୦ଟି ସର୍ଜରୀ କରାଯାଇଥିବା ସେ କହିଛନ୍ତି ।

ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ଚଳିତ ସପ୍ତାହରେ ଶିଶୁଟିର ଶରୀରରେ ଅସ୍ତ୍ରୋପଚାର କରାଯାଇଥିଲା । ଯେଉଁ ଅସ୍ତ୍ରୋପଚାର କରିବାକୁ ୧୯୬୦ ଓ ୧୯୭୦ ଦଶକରେ ୧୦ ରୁ ୧୨ ଘଂଟା ସମୟ ଲାଗୁଥିଲା ବର୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ତାହା ମାତ୍ର ସାଢ଼େ ତିନିଘଂଟାରେ ହୋଇପାରୁଛି ବୋଲି ପ୍ରଫେସର ମହାପାତ୍ର କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଉଭୟ ଶିଶୁ ଓ ତା’ର ବାପା ଉପସ୍ଥିତ ଥିଲେ ।

ମସ୍ତିଷ୍କରୁ ବାହାରି ନାକ ମଧ୍ୟକୁ ପଶିଆସିଥିବା ଅଂଶ ଅଦରକାରୀ ହୋଇଥିବାରୁ ତାହାକୁ ବାହାର କରି ଅସ୍ତ୍ରୋପଚାର ଦ୍ୱାରା ସୃଷ୍ଟି ହୋଇଥିବା ଛିଦ୍ରଟିକୁ ବନ୍ଦ କରି ଦିଆଯାଇଥିଲା । ଶିଶୁଟି ଏବେ ଧୀରେ ଧୀରେ ସୁସ୍ଥ ହେଉଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ସମ୍‌ରେ ଗୋଟିଏ ଛାତ ତଳେ ପରୀକ୍ଷା, ଚିକିତ୍ସା, ଅସ୍ତ୍ରୋପଚାର ଏବଂ ଯତ୍ନ ସମ୍ଭବ ହୋଇପାରୁଛି ଏବଂ ଏଭଳି ସର୍ଜରୀରେ ନ୍ୟୁରୋସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଇଏନ୍‌ଟି ଏବଂ ଆନେସଥେସିଆ ବିଭାଗ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି ।

ଶିଶୁଟିର ଚିକିତ୍ସା ଏବଂ ଅସ୍ତ୍ରୋପଚାର ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସାହାଯ୍ୟରେ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଛି ବୋଲି ସେ କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ସମ୍ ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟ ରଞ୍ଜନ ଦାସ, ନ୍ୟୁରୋସର୍ଜରୀ ବିଭାଗର ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ ଓ ଡାକ୍ତର ରାମଚନ୍ଦ୍ର ଦେଓ, ଆସୋସିଏଟ ପ୍ରଫେସର ଡାକ୍ତର ସତ୍ୟଭୂଷଣ ସେନାପତି ଏବଂ ଆନେସ୍‌ଥେସିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ରାଜୀବ ଲୋଚନ ସାମଲ୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.