ପ୍ରମୁଖ ଖବର

ଅଧାବାଟରେ ଅଟକିଲେ ପ୍ରଭୁ ଶ୍ରୀଲିଙ୍ଗରାଜ, ଆସନ୍ତାକାଲି ରାମେଶ୍ବର ମନ୍ଦିର ଅଭିମୁଖେ ପୁଣି ଗଡ଼ିବ ରୁକୁଣା ରଥ
ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଦ୍ୱିତୀୟରେ ଓଡ଼ିଶାର ଅନିମେଶ ପ୍ରଧାନ ଓ ତୃତୀୟରେ ଡି. ଅନନ୍ୟା ରେଡ୍ଡି
ବିଜେଡିରେ ମିଶିଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଓ ପୁଅ
୨ ଆସନରେ ପ୍ରାର୍ଥୀ ବଦଳାଇଲା ବିଜେପି, ରଣପୁରରେ ସୁରମାଙ୍କୁ ଦଳ ଦେଲା ପୁଣି ସୁଯୋଗ, ପଟାଙ୍ଗୀରେ ଚୈତନ୍ୟ ନନ୍ଦିବାଲୀଙ୍କୁ ଭରସିଲା ବିଜେପି

ଏପ୍ରିଲ ୧୩ରେ ହେବ ରାଜଧାନୀ ପ୍ରତିଷ୍ଠା ଦିବସ

0

ଭୁବନେଶ୍ବର: ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେବ। ଏହାକୁ ପ୍ଲାଟିନମ ଜୁବୁଲି ଉତ୍ସବ ଭାବେ ବର୍ଣ୍ଣାଢ୍ୟ ଢଙ୍ଗରେ ପାଳନ କରାଯିବ। ଉତ୍ସବକୁ ପାଳନ କରିବ ଭୁବନେଶ୍ୱର ମହାନଗର ନିଗମ।

ସୂଚନାନୁସାରେ, ଆସନ୍ତା ଏପ୍ରିଲ ୧୩ ତାରିଖରୁ ୧୫ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜନ ହେବ ରାଜଧାନୀ ପ୍ରତିଷ୍ଠା ଉତ୍ସବ।ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଉତ୍ସବ ଆୟୋଜନ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ବିଏମସି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୩ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯିବା ସହ ୩ଦିନ ଧରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜଧାନୀର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପରେଡରେ ୭୫ ପ୍ଲାଟୁନ୍ ଭାଗନେବେ । ଏଥିସହ ରାଜଧାନୀକୁ ଆକର୍ଷଣୀୟ ଆଲୋକମାଳାରେ ସୁସଜ୍ଜିତ କରାଯିବ।

Leave A Reply

Your email address will not be published.