ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

କାଳବୈଶାଖୀ ବର୍ଷା ପାଇଁ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି

0

ଭୁବନେଶ୍ବର; ଆଜି କାଳବୈଶାଖୀ ବର୍ଷା ପାଇଁ ୧୭ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ପୂରା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ ଏବଂ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଆସନ୍ତାକାଲି ବର୍ଷାର ପରିମାଣ କମିଲେ ମଧ୍ୟ ଉତ୍ତର ଓଡ଼ିଶାରେ ପ୍ରଭାବ ରହିବ । ଏଥିପାଇଁ ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୨୧ ଏବଂ ୨୨ ତାରିଖ ବେଳକୁ ପଶ୍ଚିମା ଝଡର ପ୍ରଭାବ କମିବା ସହ ତାପମାତ୍ରା ବୃଦ୍ଧି ହେବ । ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ପଶ୍ଚିମାଝଡ଼ ବର୍ଷାରେ ମାଲକାନଗିରିର ଏମପିଭି ୪୧ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ଝଡ଼ ବର୍ଷା ପାଇଁ ଗାଁର ୧୦ରୁ ଅଧିକ ଘର ଭାଙ୍ଗିଯାଇଥିବା ସୂଚନା ରହିଛି । ଅନେକ ଲୋକଙ୍କ ଘରେ ବର୍ଷା ପାଣି ପଶିବା ଫଳରେ ଧାନ ଚାଉଳ ସହ ବହୁ ଜିନିଷ ପତ୍ର ନଷ୍ଟ ହୋଇଛି । ବହୁ ସ୍ଥାନରେ ବର୍ଷା ହେବା ଫଳରେ ଖୁସି ହୋଇଥିବାବେଳେ ବହୁ ସ୍ଥାନରେ ବର୍ଷା ଭାଙ୍ଗି ଦେଇଛି ଲୋକଙ୍କ ମେରୁଦଣ୍ଡ । ଘର ଭାଙ୍ଗିବା ସହ ଘରେ ପାଣି ପଶିବାରୁ ଲୋକେ ବହୁ ହଇରାଣ ହୋଇଛନ୍ତି । ଏବେ ବି ଜାରି ରହିଛି ପ୍ରବଳ ବର୍ଷା ।

ସେହିପରି ପ୍ରବଳ ବର୍ଷାରେ କୋରାପୁଟ ପଟ୍ଟାଙ୍ଗି ଚନ୍ଦକା ଗ୍ରାମପଞ୍ଚାୟତର ତଳକରାଢାବା ଗାଁରେ ୫ଟି ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଏପଟେ ବାଲେଶ୍ୱରରେ ବି ପଶ୍ଚିମା ଝଡ ପ୍ରଭାବରେ ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ମାଡ ହୋଇଛି । ପ୍ରବଳ ବର୍ଷା ଓ ପବନରେ ବସ ଉପରେ ଗଡ ପଡିଛି ଗଛ । ନୀଳଗିରି ଅଯୋଧ୍ୟା ପଞ୍ଚାୟତର ରେ ବଜ୍ରପାତରେ ଯାଇଛି ୧୬ରୁ ଅଧିକ ଗୋରୁଙ୍କ ଜୀବନ । ହଠାତ ବର୍ଷା ହେବାରୁ ୩୦ଟି ଗାଇ ଏକ ଅର୍ଧନିର୍ମିତ ଦୋକାନ ଘରେ ପଶିଯାଇଥିଲେ । ଆଉ ହଠାତ ବଜ୍ରପାତ ହୋଇଥିଲା । ପଶ୍ଚିମାଝଡ ପ୍ରଭାବରେ ଭୁବନେଶ୍ୱରରେ ବି ପବନ ସହ ବର୍ଷା ହୋଇଛି । ଗତକାଲି ସନ୍ଧ୍ୟାରେ ପାଗ ଅନୁକୂଳ ଥିବାବେଳେ ହଠାତ ପବନ ହୋଇଥିଲା । ବର୍ଷା ବି ସାମାନ୍ୟ ହୋଇଛି । ପବନ ସହ ବର୍ଷା ଯୋଗୁଁ ତାତିରୁ ସାମୟିକ ଆଶ୍ୱସ୍ତି ମିଳିଛି ।

Leave A Reply

Your email address will not be published.