ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କ ଆତ୍ମହତ୍ୟା

0

ଭୁବନେଶ୍ବର; ଓଡ଼ିଶାର ପ୍ରସିଦ୍ଧ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖାରବେଳନଗର ସ୍ଥିତ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଅକ୍ଷୟ ଓରଫ ଆଜେକ୍ସଙ୍କ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ । ଆଜେକ୍ସଙ୍କୁ ବ୍ଲାକମେଲ୍‌ କରୁଥିଲେ ପ୍ରେମିକା ଓ ତାଙ୍କ ବୟଫ୍ରେଣ୍ଡ । ଏଥିପାଇଁ ଆଜେକ୍ସ ମାନସିକ ଚିନ୍ତାରେ ଥିଲେ । ଆଜେକ୍ସଙ୍କ ସହ ପ୍ରେମର ନାଟକ କରି ବାରମ୍ବାର ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ଆଜେକ୍ସଙ୍କ ସାଙ୍ଗ ।

ସୂଚନାନୁଯାୟୀ; ଡିଜେ ଆଜେକ୍ସଙ୍କ ଦାଦା ଚନ୍ଦ୍ରମଣି ମହାରଣାଙ୍କ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳକୁ ସେ ଘରକୁ ଫେରିଥିଲେ। ଭଲ ଲାଗୁ ନାହିଁ ବୋଲି କହି ପ୍ରାୟ ୬ଟା ୫୦ରେ ସେ ତାଙ୍କ ରୁମ୍‌କୁ ଚାଲି ଯାଇଥିଲେ। ସେ ଶୋଇବାକୁ ଯାଉଛନ୍ତି ଓ କେହି ତାଙ୍କୁ ନ ଉଠାଇବାକୁ ସେ କହିଥିଲେ। ଏହା ଭିତରେ ଲାଇନ ଚାଲି ଯାଇଥିଲା। ଲାଇନ ଆସିବା ପରେ ରାତି ୧୦ଟା ବେଳକୁ ପରିବାର ଲୋକେ ତାଙ୍କୁ ଡାକିଥିଲେ। କିନ୍ତୁ ଡିଜେ ଆଜେକ୍ସ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ପରିବାର ଲୋକେ କବାଟ ବାଡ଼େଇବା ସତ୍ତ୍ୱେ ସେ କୌଣସି ଉତ୍ତର ଦେଇ ନଥିଲେ। ଏହା ପରେ ପରିବାର ଲୋକେ କବାଟ ଭାଙ୍ଗି ଭିତରେ ପଶିଥିଲେ। ଡିଜେ ଆଜେକ୍ସ ଏକ ବେଡ୍‌ଶିଟ୍‌ରେ ଝୁଲି ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଡିଜେ ଆଜେକ୍ସଙ୍କୁ ଏକ ଘରୋଇ ହସ୍‌ପିଟାଲ୍‌କୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ପରିବାର ଲୋକେ ମୃତ ଶରୀରକୁ କ୍ୟାପିଟାଲ୍‌ ହସ୍‌ପିଟାଲ୍ ନେଇଯାଇଥିଲେ।

Leave A Reply

Your email address will not be published.