ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୀଷଣ ଭୂମିକମ୍ପରେ ଥରି ଉଠିଲା ପାକିସ୍ତାନ

0

ଆଫଗାନିସ୍ତାନ; ଆଫଗାନିସ୍ତାନରେ କେନ୍ଦ୍ରୀଭୂତ ହୋଇଥିବା ଭୀଷଣ ଭୂମିକମ୍ପରେ ଥରି ଉଠିଲା ପାକିସ୍ତାନ । ଫଳରେ ଏଯାଏଁ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮୦-ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ରହିଛି । ୬.୬ ତୀବ୍ରତାର ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ବୋଲି ଆକଳନ କରାଯାଇଛି। ସେହିପରି ଉତ୍ତର ଭାରତରେ ମଧ୍ୟ ଏହି ଭୂକମ୍ପର ବଡ଼ଧରଣର ଝଟକା ଅନୁଭୂତ ହୋଇଛି। ଆମେରିକାର ରାଜ୍ୟ ଭୌଗଳିକ ସର୍ଭେ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଜୁର୍ମ ନିକଟରେ ବୋଲି କୁହାଯାଉଛି। ସେହିପରି ଏହାର ଉତ୍ପତିସ୍ଥଳ ୧୮୦ କିମି ଗଭୀରତା ବୋଲି ଆକଳନ କରାଯାଇଛି।

ସୂଚନା ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୬ ରେକର୍ଡ଼ କରାଯାଇ‌ଥିବା ବେଳେ ଆଫଗାନସ୍ତାନାର ଫ୍ୟାଜାବାଦର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୧୩୩ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆକଳନ କରାଯାଇଛି। ଏହି ଭୂକମ୍ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକିସ୍ତାନ। ପାକିସ୍ତାନର ପାଖସୁନଖ୍ୱା ଅଞ୍ଚଳର ଖ୍ୟବେର ,ବିଲାଲ ଫାଇଜିର ପ୍ରାୟ ୧୦୦ ଲୋକେ ଏଥିରେ ଆହତ ହୋଇଛନ୍ତି। ପାକିସ୍ତାନର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଜୁରୁରୀକାଳୀନ ଆଲର୍ଟ ଜାରି କରରିଛନ୍ତି। ଦିଲ୍ଲୀ ଏନସିଆର ସମେତ ଭୂକମ୍ପର ଝଟକା ଉତ୍ତର ଭାରତକୁ ମଧ୍ୟ ଲାଗିଛି।

କେବଳ ଏତିକି ନୁହେଁ ଏହି ଭୂମିକମ୍ପରେ ଉତ୍ତରଭାରତର ଦିଲ୍ଲୀ ସମେତ ଦିଲ୍ଲୀ-ଏନସିଆର ସମେତ ପଞ୍ଜାବ, ହରିୟାଣା, ଜାମ୍ମୁକାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରାୟ ୨ ମିନିଟ ଧରି ଏହାର କମ୍ପନ ଦିଲ୍ଲୀ ଏନସିଆର ଅଞ୍ଚଳରେ ଲୋକେ ଅନୁଭବ କରିଛନ୍ତି । ଲକ୍ଷ ଲକ୍ଷ ଲୋକ ଖୋଲା ସ୍ଥାନକୁ ପଲାଇ ଆସିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.